ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଧାର୍ମିକ ଅପବିତ୍ରୀକରଣ ମାମଲାରେ କଡ଼ା ଦଣ୍ଡ ମିଳିଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ଏକ ଘଣ୍ଟା ପାଇଁ ବାଥରୁମ ସଫା କରିବାକୁ ପଡିବ । ତା’ପରେ ତାଙ୍କୁ ଲଙ୍ଗର ଘରକୁ ଯାଇ ବାସନ ଧୋଇବାକୁ ପଡ଼ିବ। ଏହାପରେ ତାଙ୍କୁ କୀର୍ତ୍ତନ ଶୁଣିବାକୁ ପଡ଼ିବ। ଏଥିସହିତ ଶ୍ରୀ ସୁଖମଣି ସାହିବ ପାଠ କରିବାକୁ ପଡ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପ୍ରକାଶ ସିଂହ ବାଦଲଙ୍କ ଠାରୁ ‘ଫକର-ଏ-କୋମ୍’ ପୁରସ୍କାର ପ୍ରତ୍ୟାହାର କରାଯିବ । ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା ‘ତନଖୈୟା’ (ଧାର୍ମିକ ଅପବିତ୍ରୀକରଣରେ ଦୋଷୀ) ଘୋଷିତ କରାଯାଇଥିଲା ।ସୁଖବୀରଙ୍କୁ ସ୍ୱର୍ଣ୍ଣମନ୍ଦିର ଘଣ୍ଟାଘର ବାହାରେ ଡ୍ୟୁଟି କରିବାକୁ ପଡ଼ିବ । ସେ ଅସୁସ୍ଥ ଥିବା କାରଣରୁ ଏ କାମ ସେ ହ୍ୱିଲ୍ ଚେୟାରରେ ବସି କରିବେ । ସୁଖବୀରଙ୍କ ବ୍ୟତୀତି କୋର୍ କମିଟି ମେମ୍ବର ଏବଂ ୨୦୧୫ରେ କ୍ୟାବିନେଟ ମେମ୍ବର ଥିବା ନେତା ୩ ଡିସେମ୍ବରରେ ଅପରାହ୍ନ ୧୨ଟାରୁ ଗୋଟେ ପର୍ଯ୍ୟନ୍ତ ବାଥରୁମ୍ ସଫା କରିବେ । ଏହାପରେ ଗାଧୋଇ ଲଙ୍ଗର ଘରେ ସେବା କରିବେ ଏବଂ ବାସନ ମାଜିବେ । ସେବା ସମୟରେ ସୁଖବୀରଙ୍କ ଗଳାରେ ତଖ୍ତ ଏବଂ ବର୍ଛା ରହିବ । ତାଙ୍କୁ ମିଳିଥିବା ଦୁଇଦିନିଆ ଦଣ୍ଡରେ ସେ ୨ ଦିନ ଶ୍ରୀ କେଶଗଡ଼ ସାହୀବ, ୨ ଦିନ ଶ୍ରୀ ଦମଦମା ସାହୀବ ତଲବଣ୍ଡି ସାବୋ, ୨ ଦିନ ଶ୍ରୀ ମୁକ୍ତସର ସାହୀବ ଏବଂ ୨ ଦିନ ଶ୍ରୀ ଫରେହଗଡ଼ ସାହୀବରେ ହାତରେ ବର୍ଛା ଧରି ଡ୍ୟୁଟି କରିବେ । ରାମରହିମଙ୍କୁ କ୍ଷମା ଦେବା ଅଭିଯୋଗରେ ସୁଖବୀରଙ୍କୁ ତନଖେୟା ଘୋଷଣା କରାଯାଇଥିଲା ।ସୂଚନଯୋଗ୍ୟ, ୨୦୦୭ରେ ସାଲାବତପୁରାରେ, ଗୁରୁ ଗୋବିନ୍ଦ ସିଂହଙ୍କ ପରମ୍ପରାକୁ ଅନୁସରଣ କରି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ତାଙ୍କ ପରି ବେଶଭୂଷା ପରିଧାନ କରି ଅମୃତ ଛିଞ୍ଚିବାର ଅଭିନୟ କରିଥିଲେ । ଏ ସମ୍ପର୍କରେ ଗୁରମିତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଗୁରମିତଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଅକାଳୀ ସରକାର ତାଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରି ନେଇଥିଲେ । ସୁଖବୀର ବାଦଲ ଅକାଳୀ ସରକାର ସମୟରେ ଅକାଲ ତଖ୍ତ ସାହିବଙ୍କ ଆଗରେ ନିଜ ଭୁଲ ସ୍ଵୀକାର କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now