ଆରଏସଏସ ଓ ବିଜେପିକୁ ହରାଇବାକୁ ହେଲେ ସେ ରାସ୍ତା ଗୁଜରାଟରୁ ବାହାରିବ। ଯେହେତୁ କଂଗ୍ରେସର ବିଚାରାଧାରା ଗୁଜରାଟରୁ ବାହାରିଥିଲା। ଆମର ସବୁଠୁ ବଡ଼ ନେତା ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବି ଗୁଜରାଟରୁ। ଗୁଜରାଟରେ କର୍ମୀ ସମ୍ମିଳନୀରେ ସାମିଲ୍ ହୋଇ ଏଭଳି କହିଛନ୍ତି ରାହୁଲ ଗାନ୍ଧୀ। ଦୀର୍ଘ ବର୍ଷ ହେଲା ଗୁଜରାଟରେ କଂଗ୍ରେସର ମନୋବଳ ଭାଙ୍ଗିଛି ସତ। କିନ୍ତ ଦଳକୁ ମଝଭୁତ୍ କରି ସମସ୍ତଙ୍କର ମନୋବଳ ବୃଦ୍ଧି କରିବା ଅସମ୍ଭବ ବି ନୁହେଁ। ଏ କାମକୁ ସମସ୍ତେ ମିଳିମିଶି କରିବା ବୋଲି ଆହ୍ୱାନ ଦେଇଛନ୍ତି ରାହୁଲ। ଦେଶରେ ଏବେ ବିଚାରାଧାରାର ଲଢ଼େଇ ଚାଲିଛି। ଏ ଲଢେଇ ଆରଏସଏସ-ବିଜେପି ଓ କଂଗ୍ରେସ ଭିତରେ ରହିଛି। ଆଉ ପୁରା ଦେଶ ଜାଣିଛି, ଆରଏସଏସ-ବିଜେପିକୁ କେବଳ କଂଗ୍ରେସ ହିଁ ହରାଇପାରିବ। ଗୁଜରାଟର ମୋଦାସାରେ ଜିଲ୍ଲା କର୍ମୀ ସମ୍ମିଳନୀରେ ରାହୁଲ ଏଭଳି ବିଶ୍ୱାସ ଜନ୍ମାଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now