ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି।ଆସନ୍ତା ଡିସେମ୍ବର ୨୦ ରେ ହେବ ରାଜ୍ୟସଭା ଉପ ନିର୍ବାଚନ।ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବିଜ୍ଞପ୍ତି ମୁତାବକ ୪ଟି ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ। ଡିସେମ୍ବର ୩ରେ ବିଜ୍ଞପ୍ତି,ଡିସେମ୍ବର ୧୦ ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ।ଏହାପରେ ଡିସେମ୍ବର ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଓ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ରହିଛି ଶେଷ ତାରିଖ।ଏହା ପରେ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପଡିବ ଭୋଟ।ଓଡିଶାରେ ଖାଲି ଥିବା ଗୋଟିଏ ଆସନ ପାଇଁ ହେବ ଉପ ନିର୍ବାଚନ।ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ହୋଇଛି ଗୋଟିଏ ଆସନ।ସୁଜିତ କୁମାର ବିଜେଡିରୁ ଇସ୍ତଫା ସହ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ।ତେବେ ତାଙ୍କ ଇସ୍ଫା ପରେ ଖାଲି ପଡିଥିବା ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି।ତେଣୁ ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now