ଆସନ୍ତା ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର । ଏନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି । ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ଅନୁସଙ୍ଗିକ ସୁବିଧା ଯୋଗାଇ ଦେବ । ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହୋଇସାରିଛି । ସରକାର ଅନୁମତି ଦେଲେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now