ରିଲିଭ୍ ହେଉନାହାନ୍ତି ଅଫିସର- ପହିଲାରୁ ଅମାନିଆଙ୍କୁ ଆକ୍ସନ

ବଦଳି ନିର୍ଦେଶ ମାନୁନାହାନ୍ତି ଅଫିସର୍। ଗାଦି ମାଡ଼ିବସିଛନ୍ତି ଯେ, ଛାଡ଼ିବାର ନାଁ ଧରୁନାହାନ୍ତି। ବାବୁଙ୍କ ମନମାନି ଚାଲିଛି ନା କାହାର ଚାପ। ଆଉ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଲେଖିଥିବା ଏ ଚିଠି ହିଁ ବୟାନ କରୁଛି, ୩୭ଟି ବଦଳି ନିର୍ଦେଶାନାମା କାର୍ଯ୍ୟକାରୀ ହୋଇନି। ନା ଉପରିସ୍ଥ ଅଧିକାରୀ ରିଲିଭ୍ କରୁଛନ୍ତି ନା ବଦଳି ହୋଇଥିବା ଅଧିକାରୀ ନୂଆ ଜାଗାକୁ ଯାଉଛନ୍ତି। ସେଥିଲାଗି ଜାନୁଆରୀ ୩୧ ଡେଟଲାଇନ ଦିଆଯାଇଛି। ନଚେତ ଫେବୃଆରୀ ପହିଲାରୁ ଏ ସବୁ ଅମାନିଆ ଅଧିକାରୀଙ୍କୁ ବାଧ୍ୟତାମୂଳକ ରିଲିଭ୍ କରାଗଲା ବୋଲି ବିବେଚନା କରାଯିବ। ତା ସାଙ୍ଗକୁ ସରକାରୀ ନିର୍ଦେଶ ଅବମାନନା ନେଇ ଆକ୍ସନ ହେବ।

ଜୁଲାଇ ୨ରୁ ଜାନୁଆରୀ ୨୪ ଯାଏଁ ବିଭିନ୍ନ ବିଭାଗ ପକ୍ଷରୁ ବଦଳି ନିର୍ଦେଶାନାମା ବାହାରିଲାଣି। ଏଥିରେ ବହୁ ଓଏଏସ, ଓଆରଏସ ଅଧିକାରୀ ଅଛନ୍ତି। ସେପଟେ ଦୀର୍ଘ ବର୍ଷ ହେଲା ଅତୀତ ସରକାରର ଗେହ୍ଲା ପୁଅ ସାଜି ଅନେକ ଅଧିକାରୀ ଗାଦି ମାଡ଼ିବସିବାର ପ୍ରଲୋଭନରୁ ବାହାରିପାରିନାହାନ୍ତି। ମୋହନ ସରକାର ଏ ଦିଗରେ କଠୋର ଆକ୍ସନ ନେବେ ବୋଲି ଚେତାଇ ଦେଇଛନ୍ତି ବୋଲି କହିଛି ଶାସକ ଦଳ। ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଅଧିକାରୀ। ବିଜେଡି କହିଛି, ନୂଆ ସରକାରରେ ତ ଅଧିକାଂଶ ଶାସକ ଦଳିଆ ନେତା ନିଜ ମନ ପସନ୍ଦର ଅଧିକାରୀଙ୍କୁ ନେବାକୁ କୁଆଡ଼େ ଚାପ ପକାଉଥିବାରୁ ମୁଖ୍ୟ ଶାସନ ସଚିବ ଏ ସନ୍ଦର୍ଭରେ ଚିଠି ଲେଖି ଆପତ୍ତି କରିଥିଲେ। ଏଥିରୁ ସ୍ପଷ୍ଟ, କାହା ଚାପରେ ଏମାନେ ରିଲିଭ୍ ହେଉନାହାନ୍ତି। ନୂଆ ସରକାର ଆସିଲା ପରେ ବି ଅତୀତ ସରକାରର ଢାଞ୍ଚା ଚାଲିଛି। ଏ ସବୁ ଅଧିକାରୀଙ୍କ ଚେର ଲମ୍ୱିଯାଇଛି ବୋଲି କଂଗ୍ରେସ କହିଛି।

ଖୋଲାଖୋଲି ସରକାରୀ ନିର୍ଦେଶାନାମାର ଉଲ୍ଲଂଘନ କରୁଛନ୍ତି ଅଧିକାରୀ। ଫେବୃଆରୀ ପହିଲାରେ ଅମାନିଆ ଅଧିକାରୀଙ୍କ ଉପରେ ହେବ ଆକ୍ସନ ବୋଲି ଚେତାଇ ଦିଆଯାଇଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *