ରାଜ୍ୟ ପିସିସିର ନୂଆ ମଙ୍ଗୁଆଳ ଶରତ ପଟ୍ଟନାୟକ

Spread the love

ଚର୍ଚ୍ଚାର ଅବସାନ ହେଲା। ଶେଷରେ ପିସିସି ମଙ୍ଗୁଆଳ ପଦର ମୁକୁଟ ଶରତ ପଟ୍ଟନାୟକଙ୍କ ମୁଣ୍ଡରେ ପିନ୍ଧାଇଲେ ହାଇକମାଣ୍ଡ। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ସହ ନୂଆ ମଙ୍ଗୁଆଳ ଭାବେ ଶରତଙ୍କ ନାଁରେ ମୋହର ବଜାଇଛନ୍ତି ହାଇକମାଣ୍ଡ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି ଓ ୨୪ ପାଇଁ ପ୍ରସ୍ତୁତ ହେବି ବୋଲି କହିଛନ୍ତି ଶରତ। ବିଜେଡି-ବିଜେପି ବିରୁଦ୍ଧରେ ସ୍ୱରକୁ ଶାଣିତ କରିବେ ବୋଲି କହିଛନ୍ତି ଶରତ। ଆଉ ବିଦାୟୀ ସଭାପତି ହାଇକମାଣ୍ଡଙ୍କୁ ଧନ୍ୟବାଦ ଦେଇ ଦଳ ଯାହା ଦାୟିତ୍ୱ ଦେବ, ତୁଲାଇବି ଓ ସହଯୋଗ କରିବି ବୋଲି କହିଛନ୍ତି।

ବ୍ରଜରାଜନଗର ଭୋଟ୍ କୁ ଆଉ ମାତ୍ର ୯ଟା ଦିନ।  ହେଲେ ତା ଆଗରୁ ବଦଳିଗଲା ନେତୃତ୍ୱ।  ନିରଞ୍ଜନଙ୍କ ହାତରୁ କ୍ଷମତା ଡୋରି କାଢିନେଇ ପଶ୍ଚିମ ଓଡ଼ିଶାର ଶରତ ପଟ୍ଟନାୟକଙ୍କ ନାଁରେ ମୋହର ଲଗାଇଲେ ହାଇକମାଣ୍ଡ। ଗୋଟିଏ ପଟେ ନିରଞ୍ଜନଙ୍କ ଇସ୍ତଫାକୁ ଗ୍ରହଣ କଲେ ଓ ଅନ୍ୟପଟେ ଶରତଙ୍କ ଉପରେ ଦ୍ୱିତୀୟ ଥର ଲାଗି ଆସ୍ଥା ପ୍ରକଟ କଲେ। ଜଣେ ଅନୁଭବୀ, ଦୃଢ ସଂଗଠକ ତଥା ପିସିସିରେ ଅନେକ ପଦପଦବୀରେ ଦାୟିତ୍ୱ ତୁଲାଇଥିବାରୁ ତାଙ୍କ ଉପରେ ଭରସା କରିଛନ୍ତି ହାଇକମାଣ୍ଡ। ହାଇକମାଣ୍ଡଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ନେଇ ଚାଲିବି, ବ୍ରଜରାଜନଗରରେ କଡ଼ା ଫାଇଟ୍ ଦେବା ସହ ୨୪ ପାଇଁ ପ୍ରସ୍ତୁତ ହେବି ବୋଲି କହିଛନ୍ତି ଶରତ ପଟ୍ଟନାୟକ।

        ୨୦୦୧ରୁ ୨୦୦୩ ଯାଏ ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ଶରତ। ସେପଟେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ଦାୟିତ୍ୱମୁକ୍ତ ପରେ ଦଳ ଯାହା ଦାୟିତ୍ୱ ଦେବ ତାକୁ ତୁଲାଇବେ ବୋଲି କହିଛନ୍ତି। ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଧାୟକଙ୍କ ଭିତରୁ ଜଣକୁ ପିସିସି ସଭାପତି କରିବାକୁ ହାଇକମାଣ୍ଡଙ୍କ ପାଖରେ କରିଥିବା ଦାବି ଫେଲ୍ ମାରିବା ପରେ ଏହାକୁ ନେଇ ବିଧାୟକଙ୍କ ଭିତରେ ଭିନ୍ନ ମତ ଆସିଛି।

      ଶରତ ହେଲେ ପିସିସିର ନୂଆ ମଙ୍ଗୁଆଳ। ନିଜର ଦ୍ୱିତୀୟ ଇନିଂସରେ ଶରତଙ୍କ ପାଇଁ ଅନେକ ଆହ୍ୱାନ ଓ ଚ୍ୟାଲେଞ୍ଜ ଭରି ରହିଛି। ନେତୃତ୍ୱ ପରିବର୍ତ୍ତନ ନେଇ ଓଡ଼ିଶାରୁ ନେଇ ଦିଲ୍ଲୀ ଦୌଡ଼ ଯାତ୍ରା, ଉଦୟପୁରରେ ଚିନ୍ତନ ବୈଠକରେ ମାନସମଂଥନ ପରେ ଶେଷରେ ଶରତଙ୍କ ଉପରେ ଆସ୍ଥାପ୍ରକଟ କରିଛନ୍ତି ହାଇକମାଣ୍ଡ।

Leave a Reply

Your email address will not be published. Required fields are marked *