ବିଜେଡିର ଭବିଷ୍ୟତ ଅନ୍ଧାର-ସରୋଜ ପାଢ଼ୀ

ବିଜେଡି ପଦଯାତ୍ରା କୁ କଟାକ୍ଷ କଲେ ବିଜେପି ବିଧାୟକ ସରୋଜ ପାଢ଼ୀ । ୨୪ ବର୍ଷ ର କୁକର୍ମ ପାଇଁ ଲୋକେ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଲୋକେ ଦୁରେଇ ଦେବା କାରଣରୁ ନବୀନ ଓଡ଼ିଶା ଛାଡ଼ି ପଳେଇ ଛନ୍ତି । ଯେଉଁଥି ପାଇଁ ନବୀନ ଓଡ଼ିଶା ଆସିବା ପାଇଁ ମଧ୍ୟ ଆଉ ଚାହୁଁ ନାହାଁନ୍ତି । ତାଙ୍କର କିଛି ଗୋଡ଼ାଣିଆ ଅଛନ୍ତି ଯେଉଁମାନେ ମିଛ ପ୍ରଚାର କରୁଛନ୍ତି ଆଜି ଆସିବେ, କାଲି ଆସିବେ । କିନ୍ତୁ ନବୀନ ଆଉ ଓଡ଼ିଶା ଆସିବେ ନାହିଁ । ନେତୃତ୍ବ ନଥାଇ କି ପଦଯାତ୍ରା କରୁଛି ବିଜେଡି । ଇତିହାସରେ ଏହା କେବେ ହୋଇ ନଥିଲା । ବିଜୁ ଜନତା ଦଳର ନେତୃତ୍ବ ହେଉଛନ୍ତି ନବୀନ । ତାଙ୍କ ଅନୁପସ୍ଥିତି ରେ କି ପଦଯାତ୍ରା କରୁଛି ଦଳ । ବିରୋଧୀ ଦଳ ନେତା ଭାବେ ବିଧାନସଭା କୁ ଆସିଲେ ନାହିଁ କି ଦଳୀୟ କାର୍ଯ୍ୟକ୍ରମ କୁ ବି ଆଜି ଆସିଲେ ନାହିଁ। ଏଥିରୁ ଜଣା ପଡୁଛି ବିଜେଡିର ଏବେ ବାପା ନାହିଁ କି ମାଆ ନାହିଁ। ବିଜେପି ର ନେତୃତ୍ୱ ଆଉ ସଂଗଠନ ଆଗରେ ବିଜେଡି କୁ ପଚାରେ କିଏ ।

ବିଜେଡିର ଭବିଷ୍ୟତ ଅନ୍ଧାର । ନବୀନ ଓଡ଼ିଶା ଛାଡ଼ି ଦିଲ୍ଲୀରେ । ଆଉ ଏପଟେ ରାଜା ସ୍ୱାଇଁ ଙ୍କ ଭଳି ନେତୃତ୍ୱଙ୍କୁ ଅପମାନ କରାଯାଉଛି । ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଭଳି ନେତା ଆଗରେ ହସୁଥିଲେ ବି ପଛରେ କାନ୍ଦୁଛନ୍ତି । ପ୍ରମିଳା ମଲିକ ଆଗରେ କହିକି ପଛରେ ଲୁଚୁଛନ୍ତି। ବରିଷ୍ଠ ନେତା ମାନେ କହିଲେଣି ଆମେ ଏମିତି ଦଳରେ ଅଛୁ ଯେଉଁଠି ନେତୃତ୍ୱ ନେବା ପାଇଁ କେହି ନାହାନ୍ତି । ବିଜେଡି ଅନ୍ଧାରରେ ଅଛି ଆହୁରି ଅନ୍ଧାର କୁ ଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *