ଗିରଫ ହେଲେ ସୀମା ପାତ୍ର

Spread the love

ରାଞ୍ଚି: ଶେଷରେ ଗିରଫ ହେଲେ ସୀମା ପାତ୍ର। ଯିଏ ନିଜର ଘରୋଇ ସହାୟିକା ଦିବ୍ୟାଙ୍ଗ ସୁନୀତାଙ୍କୁ ୮ ବର୍ଷ ଧରି ରୁମ୍‌ରେ ବନ୍ଦୀ କରି ଅମାନୁଷିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏଭଳି କ୍ରୁରତା ଲାଗି ଝାଡ଼ଖଣ୍ଡର ବିଜେପି ନେତ୍ରୀ ସୀମା ପାତ୍ରଙ୍କୁ ଦଳ ବି ନିଲମ୍ୱନ କରିଛି। ସେପଟେ ଏଭଳି ଅଭିଯୋଗକୁ ମିଛ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ସୀମା। ଆଉ ଏହାକୁ ନେଇ ପୁରା ଝାଡ଼ଖଣ୍ଡରେ ହଇଚଇ ଖେଳିଯାଇଛି। ୮ ବର୍ଷ ଧରି ଆଦିବାସୀ ଦିବ୍ୟାଙ୍ଗ ମହିଳାଙ୍କୁ ବନ୍ଦୀ କରି ରଖିଥିଲେ। ଅମାନୁଷିକ ନିର୍ଯ୍ୟାତନା ଦେଉଥିଲେ। ଝାଡ଼ଖଣ୍ଡର ବିଜେପି ନେତ୍ରୀ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମହେଶ୍ୱର ପାତ୍ରଙ୍କ ପତ୍ନୀ ସୀମାଙ୍କ ଏହି କାରନାମା ଲାଗି ଶେଷରେ ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *