ମହାରାଷ୍ଟ୍ରରେ ମହାଡ୍ରାମା…

Spread the love

ଶିବସେନା ପାଇଁ ନୂଆ ଅଡୁଆ l ସଂକଟରେ ମହାରାଷ୍ଟ୍ର ସରକାର । କିଛି ବିଧାୟକଙ୍କ ସହ ଗୁଜୁରାଟ ରିସର୍ଟରେ ସେନା ନେତା ଏକନାଥ ସିନ୍ଦେ । ମହା ବିକାଶ ଅଗାଡି ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରେ ହାରିବା ପରେ ସଂକଟ ବଢିଲା । ତେବେ ଏନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧ ଠାକ୍‌ରେ । ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ପରେ ସଂକଟ ବଢ଼ିଲା ।

ଏହି ପରିପେକ୍ଷୀରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଶିବସେନା ର କିଛି ବିଧାୟକ ଏବଂ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଆମର ସଂଯୋଗ ହୋଇପାରୁନାହିଁ । “ମହା ବିକାଶ ଅଗାଡ଼ି” ସରକାରକୁ ହଟାଇବାକୁ ଚେଷ୍ଟା କରାଯାଉଛି କିନ୍ତୁ ବିଜେପିକୁ ମନେ ରଖିବାକୁ ହେବ ଯେ ମହାରାଷ୍ଟ୍ର ରାଜସ୍ଥାନ କିମ୍ବା ମଧ୍ୟପ୍ରଦେଶଠାରୁ ଭିନ୍ନ l

ରାଉତ ଆଗକୁ କହିଛନ୍ତି – ମୁଁ ଶୁଣିଛି ଯେ ଆମର ବିଧାୟକମାନେ ଗୁଜୁରାଟର ସୁରଟରେ ଅଛନ୍ତି ଏବଂ ସେମାନଙ୍କୁ ଯିବାକୁ ଅନୁମତି ଦିଆଯାଉ ନାହିଁ। କିନ୍ତୁ ସମସ୍ତେ ଶିବସେନା ପାଇଁ ଉତ୍ସର୍ଗୀକୃତ ହୋଇଥିବାରୁ ସେମାନେ ନିଶ୍ଚିତ ଭାବରେ ଫେରିବେ ଏବଂ ମୋର ବିଶ୍ୱାସ ଯେ ଆମର ସମସ୍ତ ବିଧାୟକ ଫେରିବେ ଏବଂ ସବୁକିଛି ଠିକ୍ ହେବ l

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *