ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଶିବସେନା ସାଂସଦଙ୍କ ଦାବି

Spread the love

ମୁମ୍ବାଇ: ଶିବସେନା ସାଂସଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଦାବି ଜଣାଇଛନ୍ତି। ସୋମବାର ଦିନ ଶିବସେନା ସାଂସଦ ମାତୋଶ୍ରୀରେ ଉଦ୍ଧବଙ୍କୁ ଭେଟି ଦାବି ଜଣାଇଥିବା ବେଳେ କିନ୍ତୁ ଏହାର ନିଷ୍ପତ୍ତି ଆଗାମୀ ୨ ଦିନ ମଧ୍ୟରେ ନେବେ ଉଦ୍ଧବ ବୋଲି କହିଛନ୍ତି ସାଂସଦ ଗଜାନନ କିର୍ତିକାର ସୂଚନା ଦେଇଛନ୍ତି। ସୂତ୍ର ଅନୁଯାୟୀ, ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିଲେ। ଏହାକୁ ନେଇ ସାଂସଦମାନଙ୍କ ମଧ୍ୟରେ ଦେଖାଦେଇଥିଲା ମତଗତ ପାର୍ଥକ୍ୟ। ଏହି ବୈଠକ ପରେ ସଂଜୟ ଚୁପଚାପ ମାତୋଶ୍ରୀରେ ଚାଲିଯାଇଥିଲେ।

ଏହାରି ମଧ୍ୟରେ ଶିବସେନାର ୧୯ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣ ମାତୋଶ୍ରୀ ବୈଠକରେ ସାମିଲ ହୋଇଥିବା ବେଳେ ୭ ଜଣ ବୈଠକକୁ ଏଡାଇ ଯାଇଥିଲେ। ଏନେଇ କିର୍ତ୍ତିକାର ସୂଚନା ଦେଇଛନ୍ତି କି, ଅନୁପସ୍ଥିତ ସାଂସଦଙ୍କ ମଧ୍ୟରୁ ୨ ଜଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି ଓ ଅନ୍ୟ ମାନେ ମୁମ୍ବାଇରେ ପହଞ୍ଚି କାରିବା ସମ୍ଭବ ହୋଇ ନାହିଁ। ତେବେ ଯେଉଁ ସାଂସଦମାନେ ଉପସ୍ଥିତ ଥିଲେ ସେମାନେ ମୁର୍ମୁଙ୍କୁ ସମର୍ଥନ କରିବାକୁ  ଉଦ୍ଧବଙ୍କ ନିକଟରେ ଦାବି ଜଣାଇଛନ୍ତି। ଅତିତରେ ମଧ୍ୟ ଶିବସେନା ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀଙ୍କ ପରି ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ  ଦେଇଛି।

Leave a Reply

Your email address will not be published. Required fields are marked *