ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ସ୍ମାରକପତ୍ର ପ୍ରଦାନ

ଆଜି ସୈନିକ ସ୍କୁଲ ପରିସରରେ ଥିବା ଅସ୍ଥାୟୀ ଡମପିଙ୍ଗ ୟାର୍ଡ଼ ହଟାଇବା ପାଇଁ ମାନ୍ୟବର ରାଜ୍ୟପାଳ ହରିବାବୁ କାମଭତିପତିଙ୍କୁ ଭେଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ସ୍ମାରକପତ୍ର ପ୍ରଦାନ କରି ଏହାକୁ ତୁରନ୍ତ ନିଷ୍ପତି ନେବାକୁ ଦାବୀ କରିଛି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ l ଆଜି ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରାୟଙ୍କ ସହିତ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଆବାହକ ଭକ୍ଷlକାରି ତ୍ରିପାଠୀ, ବରିଷ୍ଠ ସଦସ୍ୟ ଶୀଧେଶ୍ୱର ନାୟକ, ସୈନିକ ସ୍କୁଲ ଅଭିଭାବକ ସଂଘ ସଭାପତି ଆଶୁତୋଷ ମିଶ୍ର ମାନ୍ୟବର ରାଜ୍ୟପାଳ ଶ୍ରୀ କେ ହରିବାବୁଙ୍କୁ ଭେଟି ଆଲୋଚନା କରିଥିଲେ l ସୈନିକ ସ୍କୁଲ ଭଳି ଗୌରବମୟ ଅନୁଷ୍ଠାନର ସ୍ଥାନାନ୍ତରଣ ଆଦୌ ଗ୍ରହଣୀୟ ନୁହେଁ ତେଣୁ ଏ ସମ୍ପର୍କରେ ସେ କେନ୍ଦ୍ର ପ୍ରତିରକ୍ଷା ବିଭାଗ ସହିତ ଆଲୋଚନା କରିବେ ବୋଲି ରାଜ୍ୟପାଳ କହିଥିଲେ l ସହର ମଧ୍ୟରେ ଅଳିଆ ଗଦା ରହିବା ସହିତ ସେହି ଅଂଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, 10 ରୁ ଉର୍ଦ୍ଧ ସରକାରୀ ପ୍ରାଥମିକ ସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ବେସରକାରୀ ସ୍କୁଲ, ବାଲସୈନିକ ସ୍କୁଲ, ସୈନିକ ସ୍କୁଲ, ଉତ୍କଳ ବିଶ୍ଵବିଦ୍ୟାଳୟ, ଆପୋଲୋ ହସ୍ପିଟାଲ, ଦୂରଦର୍ଶନ, ରେଳ ବିଭାଗ ମରାମତି କାରଖାନା ସହ ଗାଦକଣ, ରଙ୍ଗାମାଟିଆ, ଧିରୁକୁଟି ବସ୍ତି, ଭିଏସଏସ ନଗର, ଲଷ୍ମୀ ବିହାର, ଗଜପତି ନଗର ଠାରୁ ଆରମ୍ଭ କରି ବହୁ କଲୋନୀ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି l ବହୁ ପିଲାମାନେ ଚର୍ମ, କୀଡୀନି ପରି କଷ୍ଟକର ରୋଗରେ ଆକ୍ରାନ୍ତ ହୋଇଛନ୍ତି l ତତସହିତ ଅଂଚଳର ଦଶ କିଲୋମିଟର ପରିଧିରେ କିପରି ଲୋକ ଦୁର୍ଗନ୍ଧ ସହ ସ୍ୱାସ୍ଥ୍ୟ ସମସ୍ୟରେ ହଇରାଣ ହେଉଛନ୍ତି ସେ ସଂକ୍ରାନ୍ତରେ ଅବଗତ କରିଥିଲେ l ଦୁର୍ଗନ୍ଧ କୁ ଚପେଇବା ପାଇଁ ରାସୈନିକ ପଦାର୍ଥ ପକେଇବା ଫଳରେ ବହୁ ଅସାଧ୍ୟ୍ୟ ରୋଗ ଓ ମହାମାରୀ ଆଶଙ୍କା କରାଯାଉଛି l ପାଖାପାଖି 250 ଲୋକ କୀଡୀନି ଦ୍ୱାରା ରୋଗରେ ଆକ୍ରାନ୍ତ ହୋଇ ଚିକିଶ୍ଚିତ ହେଉଛନ୍ତି l ଏହାର କାରଣ କେହି ଜାଣିପାରୁ ନାହାନ୍ତି l ମାନ୍ୟବର ରାଜ୍ୟପାଳ ତୁରନ୍ତ ବିଏମସି ଅଧିକାରୀ ମାନଙ୍କୁ ଡାକି ଏହାକୁ ତୁରନ୍ତ ହାତେଇବାକୁ ଇଛା ପ୍ରକାଶ କରିଥିଲେ l ପ୍ରକାଶ ଥାଉ କି ଓଡିଶା ଅଭିଭାବକ ମହାସଂଘ, ସୈନିକସ୍କୁଲ ପୁରାତନ ଛାତ୍ର ସଙ୍ଘ, ଲକ୍ଷ୍ମୀ ବିହାର ଉନ୍ନୟନ କମିଟି, ଗlଡ଼କଣ ଗ୍ରାମବାସୀ କମିଟି, ସିଟିଜେନ ଫୋରମ, ଭି ଏସ ଏସ ନଗର ଉନ୍ନୟନ କମିଟି ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ “ଅଲିଅଗଦା ହଟାଇବା ଓ ସୈନିକ ସ୍କୁଲ ବଞ୍ଚାଅ” ନାମରେ ସଂଗଠନ କରି ସୈନିକ ସ୍କୁଲ ସ୍ଥାନାନ୍ତରଣ ପ୍ରସ୍ତାବକୁ ଜୋରଦାର ବିରୋଧ ଜାରି ରଖିଛି l


ସୈନିକ ସ୍କୁଲ ଭୁବନେଶ୍ୱର, ଓଡିଶା, ତଥା ଭାରତର ଗର୍ବ ଗୌରବ ଭାବେ ଅନୁଷ୍ଠାନ ଭାବେ 1962 ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଆସୁଛି l ଅନେକ ବରିଷ୍ଟ ସେନାଧିକାରୀ, ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ ରାଜନେତା ସୃଷ୍ଟି କରିବାର ଗୌରବ ବହନକରୁଛି l ବର୍ତମାନ ରାସ୍ତା ସମ୍ପ୍ରସାରଣ ଓ ଅସ୍ଥାୟୀ ଡମ୍ପିଙ୍ଗ ୟାର୍ଡ ଆଳରେ ସରକାର ସୈନିକ ସ୍କୁଲକୁ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି l ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ l ଯୋଗାଯୋଗ ଆବଶ୍ୟକ ନିମିତ୍ତ ରାସ୍ତା ପାଇଁ ଏଭଳି ଏକ ଗୌରବ ମୟ ଅନୁଷ୍ଠାନ ର ସ୍ଥାନାନ୍ତରଣ କୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି l ଆଜିର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁଗରେ ଏଥିପାଇଁ ଓଭର ବ୍ରିଜ ଭଳି ଅନେକ ବିକଳ୍ପ ପ୍ରସ୍ତାବ ମଧ୍ୟ ନିଆଯାଇପାରିବ l ପୂର୍ବରୁ ଅସ୍ଥାୟୀ ଡମପିଙ୍ଗ ୟାର୍ଡ଼ ବା ଅଲିଅଗଦା ଉଠେଇ ନେବା ପାଇଁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇ ପାରିନି l ଅଳିଆ ଗଦା ଉଠାଇବା ପରିବର୍ତ୍ତେ ସୈନିକ ସ୍କୁଲ ଭଳି ଗର୍ବ ଗୌରବମୟ ଅନୁଷ୍ଠାନ ଉଠେଇ ନେବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ଅଳିଆ ଗଦା ଯୋଗୁ ଏ ଅଂଚଳ ର ଲୋକ ଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି l ଅନେକ ଦୁରାରୋଗ୍ୟ ସହ ଦୁର୍ଗନ୍ଧରେ ଏ ଅଂଚଳ ଫାଟି ପଡୁଛି l ତାର ସମାଧାନ ପରିବର୍ତ୍ତେ ବଡ଼ ବଡ଼ ସେଡ କରି ଦିନକୁ ଦିନ ଅନେକ ମେସିନ ବସାଇ ତାର ସମ୍ପ୍ରସାରଣ କରାଚାଲିଛି l ତେଣୁ ସମସ୍ତ ଅଂଚଳ ବାସୀ ଏହି ନିଷ୍ପତି କୁ ଜୋରଦାର ବିରୋଧ କରିଛନ୍ତି l ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ଓ ଗ୍ରାମବାସୀ ଏହି ଅସ୍ଥାୟୀ ଡାମପିଙ୍ଗ ୟାର୍ଡ଼କୁ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ସହ ବିରୋଧ ପ୍ରଦର୍ଶନ ପାଇଁ ଅଂଚଳ ବାସୀଙ୍କ ସମ୍ପୃକ୍ତି ପାଇଁ ସୈନିକ ସ୍କୁଲ ଚତୁର୍ପାଶ୍ୱ ଅଂଚଳ ରେ ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ, ଧୀ୍ରିକୂଟ ବସ୍ତି, ଲକ୍ଷ୍ମୀ ବିହାର ଆଚାର୍ଯ୍ୟ ବିହାର, ଭି ଏସ ଏସ ନଗର, ଡମଣା, ବାଣୀବିହାର, ଆଦି ଅଂଚଳର ମୁରବି ଏବଂ ବୁଦ୍ଧିଜୀବୀଙ୍କୁ ସାମିଲ କରି ଦାବୀ ହାସଲ ଯାଏଁ ଜୋରଦାର ପ୍ରୟାସ କରିବାକୁ ନିଷ୍ପତି ମଧ୍ୟ ହୋଇଛି । ସେଥିପାଇଁ ସବୁ ଗଳି କନ୍ଦିରେ ବ୍ୟାନର, ସଚେତନତା ପ୍ରଚାରପତ୍ର ବଣ୍ଟନ ସହ ପ୍ରଚାର ଗାଡ଼ି ରେ ଜନସଚେତନତା ବାର୍ତ୍ତା ର ପ୍ରଚାର ପ୍ରସାର କରାଯାଉଛି । ଆଜି ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଆଲୋଚନା ହୋଇଛି । ଯଦି କିଛି ସୁଫଳ ନମିଳେ ଆସନ୍ତା ଦିନରେ ଏହି ସମସ୍ୟା ସମାଧାନ କ୍ଷେତ୍ରରେ ଆଇନଗତ, ବ୍ୟବସ୍ଥାଗତ, ଲଢେଇ ସହ ଆନ୍ଦୋଳନ ଜୋରଦାର ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *