ରାଜ୍ୟ ସରକାର ଓ ବରିଷ୍ଠ ଅଧିକାରୀ ସହୀଦନଗର ଜମି ଘୋଟାଲା କାରବାରର ସଂପୃକ୍ତ – କଂଗ୍ରେସ

Spread the love

ଭୁବନେଶ୍ୱର : ଏ ଶତାବ୍ଦୀର ସବୁଠାରୁ ବଡ଼ ଜମି ଦୁର୍ନୀତି ନବୀନ ପଟ୍ଟନାୟକ ସରକାର ଦ୍ୱାରା କରାଯାଇଛି ବୋଲି କଂଗ୍ରେସର ମୁଖପାତ୍ର ରଜନୀ କୁମାର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ସରକାର ସହୀଦନଗର ମହର୍ଷି କଲେଜ ପାଖରେ ଥିବା ୭ ଏକର ୭୯୭ ଡିସିମିଲ ଜମି ମଧ୍ୟରୁ ୪ ଏକର ୧୪୬ ଡିସିମିଲ ଜମି ଉପରେ ବସ୍ତିରେ ରହୁଥିବା ବାସହୀନ ପରିବାରବର୍ଗଙ୍କ ପାଇଁ ସ୍ଲମ ରିହାବିଲିଟେସନ ପ୍ରୋଜେକ୍ଟରେ ଶାନ୍ତି ନଗର ଆବାସଯୋଜନା ଏକ ପିପିପି ମୋଡ଼ରେ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଡିଏର ଅଥରଟି ଏବଂ ପ୍ରାଇଭେଟ ପାଟର୍ନର ଆକାରରେ ରାଜ୍ୟ ସରକାର ପାରମିତା ସ୍ମାର୍ଟ ଇନଫ୍ରା ପ୍ରାଇଭେଟ ଲିମିଟେଡ ସହିତ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି । ସହଦୀନଗର ଶାନ୍ତିନଗର ଆବାସଯୋଜନା ପ୍ରକଳ୍ପରେ ୧୩ଟି ଫ୍ଲାଟ ଯେଉଁଥିରେ କି ପାଖାପାଖି ୬୦୦ ପରିବାର ରହିବେ ତାହାର ଦାୟିତ୍ୱ ଏକ ଅଭିଜ୍ଞତା ନଥିବା କମ୍ପାନୀକୁ ଦିଆଯାଇଛି । କମ୍ପାନୀ ଗଠନ ହେବାର ଅଳ୍ପ କେଇଦିନ ପରେ ଏହି କମ୍ପାନୀକୁ ଓଡ଼ିଶାର ଡିଏନ ହୋମସ୍ ଲିମିଟେଡ ଟେକଓଭର କରିନେଲେ ଏବଂ ଏ କମ୍ପାନୀର ପରିଚାଳନା ସଂପୂର୍ଣ୍ଣ ଦାୟୀତ୍ୱ ଡିଏନ ହୋମସ୍ କୁ ଚାଲିଗଲା ଯାହାର ମ୍ୟାନେଜିଂ ଡାଇରେକ୍ଟର ହେଲେ ଜଗଦିଶ ନାୟକ । ପାରମିତା ସ୍ମାଟ ଇନ୍ଫ୍ରା କମ୍ପାନୀ ଶାନ୍ତି ନଗର ଆବାସ ଯୋଜନା ପ୍ରକଳ୍ପର ଅଳ୍ପ କିଛି କାମ ଆରମ୍ଭ କରି କାମ ବନ୍ଦ କରି ଚାଲିଗଲା । ସରକାର ସେ ସମୟରେ ଏହି ଚୁକ୍ତିପତ୍ରକୁ ବାତିଲ କଲେ ନାହିଁ କାହିଁକି? ପୁଣି ପରବର୍ତୀ ପର୍ଯ୍ୟାୟରେ ଯେତେବେଳେ ଡିଏନହୋମସ୍ ଏହି କମ୍ପାନୀକୁ ଅଧିଗ୍ରହଣ କଲା ତାପରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି କାହିଁକି ଦେଲେ? ଏଥିରେ କ’ଣ ସ୍ୱାର୍ଥ ଜଡ଼ିତ ରହିଛି ? ପ୍ରକୃତ ଉଦ୍ଦେଶ୍ୟ ଡିଏନହୋମସ୍ ହାତରେ ଏହି ପ୍ରକଳ୍ପକୁ ଟେକିଦେବା ଏବଂ ଏହି ପ୍ରକଳ୍ପ ମାଧ୍ୟମରେ ଡିଏନହୋମସ୍କୁ ସହୀଦନଗର ଭଳି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଦୁଇ ଏକର ୧୦୦ ଡେସିମିଲି ଜମି ସେହି ପ୍ରୋଜେକ୍ଟରେ ଦେବା ଏବଂ ବହୁତଳ ପ୍ରସାଦ କରିବା ମୂଳ ଉଦ୍ଦେଶ୍ୟଥିଲା ।

ଖୋଦ ମୁଖ୍ୟମନ୍ତ୍ରୀ, ମ୍ୟୁଖ୍ୟମନ୍ତ୍ରୀଙ୍କ ଦପ୍ତର ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଏ ସମସ୍ତ ଘଟଣା ଜାଣି ମଧ୍ୟ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ପହଞ୍ଚାଇବାର ଷଡ଼ଯନ୍ତ୍ର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସହଦ ନଗର ଅଞ୍ଚଳର ଗୋଟେ ସ୍କୋଆରଫୁଟ ଜମିର ବଜାର ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ । ଦୁଇ ଏକର ୧୦୦ ଡିସିମିଲ ଜମିର ମୂଲ୍ୟ ପାଖାପାଖି ୧୫୦ କୋଟିରୁ ଅଧିକ ଏବଂ ଯେଉଁ ଘର ଗୁଡ଼ିକ ବନାଯାଉଛି ତାର ବିକ୍ରି ମୂଲ୍ୟ ୪କୋଟି ୬୦ଲକ୍ଷ ବୋଲି ଯାହା ଡିଏନହୋମସ୍ର ଏଡଭାଇଟାଇଜମେଂଟ କରୁଛି । ପ୍ରୋଜେକ୍ଟର ନାମ ଦେଇଛି କିଙ୍ଗସ୍ ଲ୍ୟାଣ୍ଡ । ଏ ଅଳ୍ପ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଡିଏନହୋମସ୍ର ମାଲିକକୁ ନେଇ ବିଦେଶଗସ୍ତ କରିଥିଲେ । ରାଜ୍ୟ ସରକାର ଏହି ଡିଏନ ହୋମସ୍ ଗ୍ରୁପକୁ ୮ ନମ୍ବର ଅଞ୍ଚଳରେ ଏକ ହୋଟେଲ କରିବା ପାଇଁ ଏକର ପିଛା ୧ କୋଟି ଜମି ଯୋଗାଇ ଦେଇଥିବା ବେଳେ ସେ ଅଂଚଳ ଜମିର ସରକାରୀ ମୂଲ୍ୟ ଢ଼େର ଅଧିକ । ଏପରିକି ସେହି ଜମି ସାମନାରେ ଥିବା ସରକାରୀ କାର୍ଯ୍ୟାଳୟକୁ ରାଜ୍ୟ ସରକାର ମଧ୍ୟ ଭାଙ୍ଗି ଦେଇ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବ ଅଭିଯୋଗ କରିଛନ୍ତି । ପାଣ୍ଡବ କହିଛନ୍ତି ତାଙ୍କର ଶିଳ୍ପ ସଚିବ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଯେଉଁ ଦିଆନିଆ ସଂପର୍କ ରହିଛି ତାହାର ସମସ୍ତ ତଦନ୍ତ ହେବା ଉଚିତ । ପ୍ରଦେଶ କଂଗ୍ରେସର ଦାବୀ ହେଉଛି ରାଜ୍ୟରେ ରିୟଲଷ୍ଟେଟକୁ ଠିକ୍ ଢ଼ଙ୍ଗରେ ପରିଚାଳନା କରିବାପାଇଁ ରାଜ୍ୟ ସରକାର ରେରା ଗଠନ କଲେ । କୋଟି କୋଟି ଟଙ୍କା ଡିଏନହୋମସ୍ରୁ ଠାବ ହେଲାପରେ ମଧ୍ୟ ଏବଂ ଏପରିକି ଶହୀଦ ନଗର ପ୍ରେଜେକ୍ଟର କାମ ଆରମ୍ଭ ପୂର୍ବରୁ ଗ୍ରାହକମାନଙ୍କ ପାଖରୁ ଅଗ୍ରୀମ ଟଙ୍କା ରଖିବା କେତେଦୁର ଠିକ । ଏହା ସଂପୂର୍ଣ୍ଣ ରେରା ଆଇନର ଉଲଙ୍ଘନ କରୁଥିଲେ ମଧ୍ୟ କାହିଁକି ଏହାର ତଦନ୍ତ କରାଯାଉନାହିଁ ବୋଲି ମହାନ୍ତି କହିଛନ୍ତି । ମହାନ୍ତି ଅଭିଯୋଗ କରିଛନ୍ତି ଏଭଳି ଏକ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ଜଣେ ବ୍ୟକ୍ତି ଦ୍ୱାରା ସମ୍ଭବ ନୁହେଁ । ଏଥିରେ ବହୁ ମୁଖ୍ୟମନ୍ତ୍ରୀଙ୍କ ଚର୍ତୁପାଶ୍ୱରେ ବୁଲୁଥିବା ଅଧିକାରୀ ଓ ରାଜନେତାମାନଙ୍କର ଷଡଯନ୍ତ୍ର ଯୋଗୁଁ ଏକ୍ଷତି ହୋଇଛି । ଏଥିପାଇଁ ଏହାର ପୂର୍ଣ୍ଣାଙ୍ଗ ତଦନ୍ତ ସିବିଆଇ ଦ୍ୱାରା କରାଯାଉ ଏବଂ ଏଇ ଦେଣନେଣ ଅର୍ଥ କାରବାରର ଇଡି ଯାଞ୍ଚ ହେଉ । ଇଡି ଦ୍ୱାରା ଯାଞ୍ଚ ହେଲେ ରାଜ୍ୟର ସ୍ୱାର୍ଥ ରକ୍ଷା ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *