କେନ୍ଦ୍ର ଯୋଜନାକୁ ହଡପ କରି ବାହା ବାହା ନେଉଛି ରାଜ୍ୟ-କେନ୍ଦ୍ରମନ୍ତ୍ରୀ ଟୁଡୁ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ର ୯ ବର୍ଷ ପୁର୍ତି ଉପଲକ୍ଷେ ବିଜେପି ପକ୍ଷରୁ ମହା ଜନ ସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଛି । ଏହି କ୍ରମରେ କେନ୍ଦ୍ର ସରକାର ର ଜଳଶକ୍ତି ଓ ଜନଜାତି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରାପଡା ଗସ୍ତ କରି ଦଳୀୟ କର୍ମକର୍ତା ମାନଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କେନ୍ଦ୍ର ସରକାରଙ୍କ ୯ ବର୍ଷର ଉପଲବ୍ଧି ଓ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଜନ ସାଧାରଣଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟ, ସେବା, ଗମନାଗମନ, କୃଷିର ବିକାଶ ସହ ବୈଦେଶିକ ଓ ସାମରିକ କ୍ଷେତ୍ରରେ ଅଦ୍ଭୁତ ପୂର୍ବ ବିକାଶ ସାଧିତ ହୋଇଛି । ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ଆୟୁଷମାନ ଭାରତ ଯୋଜନା, ହର ଘର ଜଳ ଯୋଜନା ଓ କିଷାନ ସମ୍ମାନ ନିଧି ଯୋଜନା ଆଦି ଲାଗୁ କରାଯାଇଛି । ଏହା ସହ ସଫଳ ବୈଦେଶିକ ଓ ସାମରିକ ନୀତି ପାଇଁ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ୬ ଘଣ୍ଟା ବନ୍ଦ ରଖାଯାଇ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇ ଥିଲା । ବିଶ୍ୱ ଦରବାରରେ ଭାରତର ସ୍ଥାନ ପୂର୍ବଠାରୁ ଅଧିକ ପ୍ରଭାବଶାଳୀ ରହିଥିବା ପ୍ରକାଶ କରିଥିଲେ । ଏହି ରାଷ୍ଟ୍ରୀୟ ସମ୍ମୀଳନୀରେ ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସଂପାଦକ ସଂଜୟ ନିର୍ମଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୋଳ ଗୋବିନ୍ଦ ନାୟକ, ଅଲେଖ କୁମାର ଜେନା, ଭୁବନ ମୋହନ ଜେନା, ସୁନାକର ବେହେରା, ମାନସ ମହାନ୍ତି, ତେଜେଶ୍ୱର ପରିଡା, ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ, କଟକ ସଦର ସଭାପତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ଟୁଡୁ ଆଜି ସକାଳେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବା ସହ ସହରର କିଛି ପ୍ରତିଷ୍ଠିତ ବୁଦ୍ଧିଜୀବି, ବ୍ୟବସାୟୀ, ସାମାଜିକ କର୍ମୀମାନଙ୍କୁ ଭେଟି ଭାବ ଆଦାନ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ପଣ୍ଡା, ଉପୀନ କୁମାର ରାଉତ, ଅମିତାବ ସୁଆର, ନେହେରୁ ସାହୁ, ସରୋଜ କାନ୍ତ ନାୟକ, ଶଶାଙ୍କ ସେଠୀ, ସୁନାକର ପ୍ରଧାନ, ପ୍ରିୟଦର୍ଶନୀ ନନ୍ଦ, ବିକ୍ରମାଦିତ୍ୟ ସାହୁ, କଳ୍ପନା ମଲିକ ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *