ଆସନ୍ତା ମାର୍ଚ୍ଚ ୭ ତାରିଖରେ ଆକାଉଣ୍ଟକୁ ଆସିବ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ୟ୍ୟାୟ ଟଙ୍କା।ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁ ମାନଙ୍କର ଭୁଲ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି , ଏବେ କେବଳ ଭେରିଫିକେସନ ପରେ ସେମାନେ ଟଙ୍କା ପାଇବେ ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।ଅନ୍ୟପଟେ ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବ୍ୟାଙ୍କରେ ଅଯଥା ଭିଡ ନକରିବାକୁ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ହିତାଧିକାରୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହାର ଆଧାର କାର୍ଡ ସହ ରାସନ୍ କାର୍ଡ ମ୍ୟାଚ୍ ନାହିଁ, ସେମାନେ ବ୍ୟାଙ୍କରେ ଆଧାର ଲିଙ୍କ କଲେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା । ଅନ୍ୟପଟେ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ, ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now