ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା

ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା। ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର। ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ । ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିଥାନ୍ତା । କାର୍ଯ୍ୟକାଳ ସରିବାର ୨ବର୍ଷ ପୂର୍ବରୁ ସୁଜିତ ଇସ୍ତଫା ଦେଇଛନ୍ତି । ମମତା ମହନ୍ତଙ୍କ ପରେ ଦ୍ୱିତୀୟ ସାଂସଦ ଭାବେ ଇସ୍ତଫା ଦେଇଛନ୍ତି। ସେପଟେ ଦଳ ବିରୋଧୀ କାର୍ଯ୍ୟ ନେଇ ସୁଜିତ କୁମାରଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି ନବୀନ ପଟ୍ଟନାୟକ। ବିଜେଡିରୁ ବହିଷ୍କୃତ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ସୁଜିତ କୁମାର । ଅଳ୍ପ ସମୟ ପରେ ବିଜେପିରେ ଯୋଗ ଦେଇପାରନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *