ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣଙ୍କ ଭିତରେ ବିଭାଗ ବଣ୍ଟନ ହୋଇଛି । ସେହିପରି ବ୍ରଜାରାଜନଗର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦିଆଯାଇଛି । ସୁରେଶ ପୂଜାରୀ କଲେଜ ସମୟରୁ ଜଣେ ଟାଣୁଆ ଛାତ୍ରନେତା ଭାବେ ନିଜ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିଥିଲେ। ୧୯୯୨ ମସିହାରେ ପ୍ରଥମ କରି ସମ୍ୱଲପୁର ପୌରାଧ୍ୟକ୍ଷ ଭାବେ ପ୍ରତ୍ୟକ ନିର୍ବାଚନରେ ବିଜୟୀ ହୋଇଥିଲେ। ସେହିବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ସଭ୍ୟଭାବେ ମନୋନୀତ ହୋଇଥିଲେ। ୧୯୯୩ ମସିହାରେ ରାଜ୍ୟ ସର୍ବନିମ୍ନ ମୁଜୁରୀ ବୋର୍ଡର ସଦସ୍ୟ ହୋଇଥିବା ବେଳେ ୨୦୦୪ ରୁ ୨୦୦୬ ମସିହା ମଧ୍ୟରେ ଓଡ଼ିଶା ଯୋଜନା ବୋର୍ଡର ସଦସ୍ୟ ଥିଲେ। ଭାରତୀୟ ଜନତା ପାର୍ଟିରେ ସେ ୨୦୦୬ ମସିହାରୁ ୨୦୦୯ ଯାଏଁ ରାଜ୍ୟ ସଭାପତି ଥିଲେ। ୨୦୦୯ରୁ ୨୦୧୨ ଯାଏଁ ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଓ ତ୍ରିପୁରା ରାଜ୍ୟ ପ୍ରଭାରୀ, ପଶ୍ଚିମବଙ୍ଗ ସହ ପ୍ରଭାରୀ, ୨୦୧୨ରୁ ୨୦୧୪ରେ ଜାତୀୟ ତାଲିମ ପ୍ରକୋଷ୍ଟର ସଦସ୍ୟ ଥିଲେ । ୨୦୦୦,୨୦୦୪ ଓ ୨୦୦୯ରେ ବ୍ରଜରାଜନଗରର ବିନସଭା ଆସନରୁ ଏବଂ ୨୦୧୪ମସିହାରେ ସମ୍ୱଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ୨୦୧୯ ସାଧାରଣ ନିର୍ବାଚନ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା। ସେ ବରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now