ଧାମନଗର ବିଧାୟକ ତଥା ରାଷ୍ଟମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦିଆଯାଇଛି । ସୂରଜଙ୍କ ପିତା ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ବିଧାନସଭାରେ ବିରୋଧିଦଳ ଉପନେତା ଥିଲେ । ତାଙ୍କ ଅକାଳ ବିୟୋଗ ପରେ ୨୦୨୨ ଶେଷାର୍ଦ୍ଧରେ ଆନୁଷ୍ଠିତ ଧାମନଗର ଉପନିର୍ବାଚନରେ ସୂରଜ ବିଜୟୀ ହୋଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ । ପରେ ବିଧାନସଭା ଭିତରେ ଓ ବାହାରେ ତାଙ୍କର କାର୍ଯ୍ୟକଳାପ ଓ ମନ୍ତବ୍ୟ ସାରା ରାଜ୍ୟରେ ପ୍ରଶଂସା ସାଉଁଟିଥିଲା। ଏବେ ସୂରଜ ୨ୟ ଥର ଧାମନଗର ଆସନରୁ ବିଧାନସାଭାକୁ ନିର୍ବାଚିତ ହୋଇଛନ୍ତି । ବିଜେପି ରାଜ୍ୟ ରାଜନିତୀରେ ସେ ଜଣେ ଆଗଧାଡ଼ିର ଯୁବ ଚେହେରା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ମାତ୍ର ୨୮ବର୍ଷ ବୟସରେ ମନ୍ତ୍ରୀପଦ ହାସଲ କରିଛନ୍ତି ସୂରଜ।
Naxatra News is now on Whatsapp
Join and get latest news update delivered to you via whatsapp
Join Now