ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଗଠନ ହେଲା ଟାସ୍କଫୋର୍ସ । ୩୦ ଦିନ ମଧ୍ୟରେ ରିପୋର୍ଟ ଦେବେ ସଦସ୍ୟ । ଏ ସମ୍ପର୍କରେ ଗୃହକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିକାଶ ପରିଷଦର ରୂପରେଖ କ’ଣ ହେବ । କେଉଁ ଜିଲ୍ଲା, କେଉଁ ବ୍ଲକ ସେଥିରେ ସାମିଲ ହେବେ ସେନେଇ ମତାମତ ଦେବାକୁ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ଦକ୍ଷିଣାଞ୍ଚଳର ବିକାଶ ସହିତ ସବୁ ବର୍ଗ କିଭଳି ଅର୍ନ୍ତଭୁକ୍ତ ହୋଇ ଉପକୃତ ହେବେ ତାକୁ ଗୁରୁତ୍ୱ ଦିଆଯିବ । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ ହୋଇଛି । ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ,ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ,ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ରହିଛନ୍ତି ।ତା ବ୍ୟତୀତ ୩ଜଣ ଏକ୍ସ ଅଫିସ ମେମ୍ୱର ମଧ୍ୟ ରହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now