ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟୀ ବିରୋଧରେ ଏକତ୍ରହୋଇ ୨୬ଟି ବିରୋଧି ଦଳ ମିଳିତ ଗଠବନ୍ଧନ କରି ତାହାର ନାମ ଇଣ୍ଡିଆନ ନେସନାଲ ଡେମୋକ୍ରାଟିକ ଇଂକ୍ଲୁସିବ ଏଲାୟଂସ (ଇଣ୍ଡିଆ) ରଖିଛନ୍ତି । ମଙ୍ଗଳବାରଦିନ ଆରଜେଡି ଦଳ ଟ୍ୱିଟ୍ କରି ଏହି ସୁଟନା ଦେଇଛି । ଆରଜେଡି କହିଛି ବିରୋଧି ଦଳମାନଙ୍କ ମଧ୍ୟରେ ଗଠବନ୍ଧନ ଭାରତ ପାଇଁ ଏକ ପ୍ରତିବିମ୍ବ ସ୍ୱରୁପ । ଏବେ ଭାଜପାକୁ ଇଂଣ୍ଡିଆ କହିବାକୁ ମଧ୍ୟ କଷ୍ଟ ହେବ ।
ସୁଚନାଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ଭାଜପାକୁ ହରାଇବା ପାଇଁ ୨୬ ବିରୋଧିଦଳ ଏକାଠି ହୋଇଛନ୍ତି । ବିରୋଧି ଏକତାକୁ ମଜ୍ବୁତ କରିବା ଉଦ୍ଦେଶ୍ୟରେ ଏହି ଦଳମାନେ ପ୍ରଥମେ ପାଟନାରେ ବୈଠକ କରିଥିଲେ ଏବଂ ଆଜି ବ୍ୟାଙ୍ଗଲୋରରେ ବୈଠକ କରୁଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now