ପାଟଣା: ବିହାରର ରାଜଧାନୀ ପାଟଣାରେ ଆଜିଠାରୁ ଜେଡିୟୁର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେଉଛି। ଏହି ବୈଠକ ସେପ୍ଟେମ୍ବର ୩ ଓ ୪ ୨ଦିନ ହେବ। ଏହି ବୈଠକରେ ୨୦୨୪ରେ ହେବାକୁ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ପିଏମ୍ ମୋଦିଙ୍କ ସାମ୍ନାରେ କିଏ ପ୍ରତିଦ୍ବନ୍ଦ୍ବିତା କରିବେ? ତାକୁ ନେଇ ମଧ୍ୟ ଏହି ଚର୍ଚ୍ଚା ହେବ । ଏହାସହ ଦରଦାମ ବୃଦ୍ଧି ଏବଂ ବେକାରୀଙ୍କ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇପାରେ। ନୀତିଶ କୁମାର ଭୂମିକାଙ୍କ ଉପରେ ମଧ୍ୟ ପ୍ରସ୍ତାବ ପାରିତ ହେବା ନେଇ ସୂଚନା ରହିଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମେଣ୍ଟ ସରକାର ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଆଗାମୀ ନିର୍ବାଚନରେ ବିରୋଧୀ ମେଣ୍ଟ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଠିଆ କରିବ। ଏହାକୁ ନେଇ ଦୁଇ ଦିନ ତଳେ ତେଲେଙ୍ଗାନା ମୁଖ୍ୟ କେସିଆର ଓ ନୀତିଶଙ୍କ ମଧ୍ୟ ଭେଟ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now