ସୂଚନା ଫଳକ ଭାଙ୍ଗିଲେ ଜନପ୍ରତିନିଧି

Spread the love

ନୂଆପଡା: ମନ୍ତ୍ରୀ ପଦ ପାଇଲା ପରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଡୋଲକିଆଙ୍କ ଜିଲ୍ଲାରେ ମନମୁଖି କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହେଉଛି। ଏହାକୁ ନେଇ ଶାସକ ଦଳର ଜନପ୍ରତିନିଧି ମଧ୍ୟରେ ଅସନ୍ତୋଷ ବଢିବାକୁ ଲାଗିଥିବା ବେଳେ ଆଜି ଅସନ୍ତୋଷ ଜାହିର କରିଛନ୍ତି ଜନପ୍ରତିନିଧିମାନେ। ଆଜି ଜିଲ୍ଲା ସଦର ମହକୁମାରେ ଥିବା କସ୍ତୁରବା ସେବାଶ୍ରମ ବିଦ୍ୟାଳୟରେ ୮୯ ଲକ୍ଷ ଟଙ୍କା ବ୍ୟୟରେ ବିଲଣ୍ଡିଂ ନିର୍ମାଣ ପାଇଁ ହେବାକୁ ଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସୂଚନା ଦେଉ ନ ଥିବା ସହ ଅଣଦେଖା କରାଯାଉଥିବା ନେଇ ଜନପ୍ରତିନିଧି ଅଭିଯୋଗ କରିଛି। ଏନେଇ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟଙ୍କ ନେତୃତ୍ୱରେ ଅସନ୍ତୋଷ ଜନପ୍ରତିନଧିମାନେ ନୂଆପଡା ସଦରର କସ୍ତୁରବା ସେବାଶ୍ରମରେ ହେବାକୁ ଥିବା ଭୂମିପୁଜନ ବା  ଶିଳାନ୍ୟାସ ପୂର୍ବରୁ ସୂଚନା ଫଳକକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ନେଇ ଜନପ୍ରତିନିଧିମାନେ ନିଜର ଉଗ୍ରରୂପ ଦେଖାଇ ଏହାର ପ୍ରତିବାଦ କରି ସୂଚନା ଫଳକକୁ ଭାଙ୍ଗି ଦେବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *