ମୁସଲମାନ ହୁହୁ ହୋଇ ବଢ଼ୁଛନ୍ତି- ହିନ୍ଦୁ ଜନସଂଖ୍ୟା ହ୍ରାସରୁ ମୁମ୍ୱାଇରେ ଆର୍ଥିକ ସନ୍ତୁଳନ ଦୋହଲିବ!

ଟିସ୍ ରିପୋର୍ଟକୁ ନେଇ ହଇଚଇ। ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଷ୍ଟଡିଜ୍ (ଟିସ୍) ସର୍ଭେ ରିପୋର୍ଟ ଦର୍ଶାଇଛି ଯେ, ଦ୍ରୁତ ଗତିରେ ମୁମ୍ୱାଇର ଡେମୋଗ୍ରାଫି ବା ଜନସଂଖ୍ୟା ସରଞ୍ଚନା ବଦଳୁଛି। ୨୦୫୧ ସୁଦ୍ଧା ମୁସଲିମ ଜନସଂଖ୍ୟା ୩୦ ପ୍ରତିଶତ ବଢିବ। ଯେବେକି ହିନ୍ଦୁ ଜନସଂଖ୍ୟା ୫୪ ପ୍ରତିଶତକୁ ଖସିବ। ରିପୋର୍ଟ ଦାବି କରିଛି ଯେ, ଏକ ରଣନୀତି ଆଧାରରେ ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଡେମୋଗ୍ରାଫି ବଦଳୁଛି। ଏବେ ୭ ପ୍ରତିଶତ ବଢ଼ି ୨୧ ପ୍ରତିଶତ ହୋଇଥିଲା ବେଳେ ଆସନ୍ତା ୧୦ ବର୍ଷରେ ଏହା ୩୦ରୁ ୩୫ ପ୍ରତିଶତ ହୋଇଯିବ। କୌଣସି ସହରର ଜନସଂଖ୍ୟା ଏତେ ଦ୍ରୁତ ଗତିରେ ବଢ଼ିଲେ, ଏହା କେବଳ ସାମାଜିକ ନୁହେଁ। ବରଂ ପ୍ରଶାସନିକ ଓ ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ ବି ପ୍ରଶ୍ନବାଚୀ ଛିଡ଼ା କରିବ। ୧୯୬୧ରେ ମୁମ୍ୱାଇରେ ୮୮ ପ୍ରତିଶତ ହିନ୍ଦୁ ଥିଲା ବେଳେ ୮ ପ୍ରତିଶତ ମୁସଲିମ ଥିଲେ। ଆଉ ୨୦୫୧ ବେଳକୁ ହିନ୍ଦୁଙ୍କ ସଂଖ୍ୟା ୫୪ ପ୍ରତିଶତକୁ ହ୍ରାସ ପାଇବ ଓ ମୁସଲିମ ସଂଖ୍ୟା ୩୦ ପ୍ରତିଶତକୁ ବଢ଼ିବ। ୨୦୧୧ ଜନଗଣନା ଯାଏ, ହିନ୍ଦୁଙ୍କ ଜନସଂଖ୍ୟା ହ୍ରାସ ପାଇ ୬୬ ପ୍ରତିଶତ ହୋଇଯାଇଛି। ଏଭଳି ସ୍ଥିତି ଜାରି ରହିଲେ, ୨୦୫୧ ସୁଦ୍ଧା ଏହି ହାର ୫୪ ପ୍ରତିଶତ ତଳକୁ ଖସିପାରେ। ଏହି ରିପୋର୍ଟ ଦାବି କରିଛି ଯେ, ଅନେକ ଅବୈଧ ପ୍ରବାସୀ ମୁମ୍ୱାଇରେ କାମ କରି ନିଜ ରୋଜଗାରର ବଡ଼ ଅଂଶ ନିଜ ଦେଶକୁ ପଠାଉଛନ୍ତି। ଯାହାକୁ ରେମିଣ୍ଟେସ ଇକୋନୋମି କୁହାଯାଏ। ରିପୋର୍ଟ ଅନୁସାରେ, ପ୍ରାୟ ୪୦ ପ୍ରତିଶତ ଅବୈଧ ପ୍ରବାସୀ ନିୟମିତ ରୂପରେ ଟଙ୍କା ବାହାରକୁ ପଠାଉଛନ୍ତି। ଏହି ରାଶି ପ୍ରତି ମାସରେ ୧୦ହଜାରରୁ ନେଇ ୧ଲକ୍ଷ ପର୍ଯ୍ୟନ୍ତ ପଠାଯାଉଛି ଏମିତି ହେବାରୁ ସ୍ଥାନୀୟ ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ରହୁଛି। ବିଜେପି ନେତା କିରିଟ ସୋମୈୟା କହିଛନ୍ତି, ମୁମ୍ୱାଇରେ ମୁସଲମାନ ୪ ଗୁଣା ହୋଇଯିବେ। ବଡ଼ ସଂଖ୍ୟାରେ ଅବୈଧ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ କାରଣରୁ ମୁମ୍ୱାଇରେ ଜନସଂଖ୍ୟା ସନ୍ତୁଳନ ବିଗୁଡ଼ୁଛି। ଯଦି ଏହି ସ୍ଥିତି ଜାରି ରହେ, ଆସନ୍ତା କିଛି ବର୍ଷ ଭିତରେ ମୁମ୍ୱାଇ ପୂର୍ବଭଳି ରହିବନି। କିଛି ରାଜନୈତିକ ଦଳ ଭୋଟ ବ୍ୟାଙ୍କ ଲାଗି ଅବୈଧ ପ୍ରବାସୀଙ୍କୁ ନଜରଅନ୍ଦାଜ କରୁଛନ୍ତି। ଜାଲି ଦସ୍ତାବିଜ୍ କରି ମତାଦାତା ତାଲିକାରେ ନାଁ ଯୋଡ଼ୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *