ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଜି ଦିନ ୨ଟାରୁ ସଂଧ୍ୟା ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବବିହାରରୁ ନାଲ୍କୋ ଛକ ଓ ସଂଲଗ୍ନ ଗଳିରାସ୍ତାରେ ସାଧାରଣ ଯାନବାହାନ ଚଳାଚଳକୁ ବାରଣ କରାଯାଇଛି। କେବଳ ଶପଥ ଗ୍ରହଣ ଉତ୍ସବକୁ କର୍ମୀ ତଥା ସମର୍ଥକଙ୍କୁ ନେଇ ଆସୁଥିବା ଗାଡ଼ିମାନେ ପୁଲିସ ନିର୍ଦ୍ଦେଶନାମା ରୁଟ୍ରେ ଯାତାୟାତ କରିପାରିବେ। ଏହି ସମୟରେ କଟକ ପଟୁ ଆସୁଥିବା ବସ୍ଗୁଡ଼ିକ ରସୁଲଗଡ଼ ରେଲ୍ୱେ ଓଭରବ୍ରିଜ୍ ଠାରୁ ସର୍ଭିସ୍ ରୋଡ୍ରେ ଆସି ବାଣୀବିହାର ଛକ ଦେଇ ଆଚାର୍ୟ୍ୟବିହାର ଛକରୁ ଡାହାଣକୁ ଯିବେ ଏବଂ ଆପୋଲୋ ହସ୍ପିଟାଲ୍, ସୈନିକ ସ୍କୁଲ୍ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକମାନଙ୍କୁ ଓହ୍ଲାଇବେ। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ବସ ଗୁଡ଼ିକ ଜୟଦେବବିହାର ଫ୍ଲାଏଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ୍ ରୋଡ୍ ଦେଇ ଆଚାର୍ୟ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ ଓ ସୈନିକ ସ୍କୁଲ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ସମର୍ଥକ ମାନଙ୍କୁ ଓହ୍ଲାଇବେ ଏବଂ ନାଲ୍କୋ ଛକ ଦେଇ କଳିଙ୍ଗ ହସ୍ପିଟାଲ୍ ରାସ୍ତାରେ ରେଲୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now