ଟ୍ରମ୍ପ ଙ୍କ କ୍ୟାବିନେଟ ଦଳରେ ସାମିଲ ହେଲେ ଭାରତୀୟ ବଂଶୋଦ୍ଭବ ତୁଲସୀ ଗୱାର୍ଡ଼

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟିମ୍‌ ଗଠନ କରିଛନ୍ତି । ତାଙ୍କ କ୍ୟାବିନେଟ୍‌ରେ ଜଣେ ହିନ୍ଦୁ ନେତାଙ୍କୁ ଏଣ୍ଟ୍ରି ମିଳିଛି । ଭାରତୀୟ ବଂଶୋଦ୍ଭବ ତୁଲସୀ ଗଓ୍ୱାର୍ଡଙ୍କୁ ମିଳିଛି ବଡ଼ ଦାୟିତ୍ୱ । ତାଙ୍କୁ ଟ୍ରମ୍ପ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ୍‌ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବେରେ ନିଯୁକ୍ତ କରିଛନ୍ତି । ଗଓ୍ୱାର୍ଡ ଚାରିଥର ସାଂସଦ ରହିଛନ୍ତି ।ଟ୍ରମ୍ପ ଏକ ବୟାନ ଜାରି କହିଛନ୍ତି, ମୁଁ ଘୋଷଣା କରି ବହୁତ ଖୁସି । ପୂବର୍ତନ ଲେଫ୍ଟନାଣ୍ଟ କର୍ନଲ ତୁଲସୀ ଗଓ୍ୱାର୍ଡ ଡିଏନଆଇ ଭାବେ ସେବା ଯୋଗାଇବେ । ଦୁଇ ଦଶକରୁ ଅଧିକ ସମୟ ଧରି ତୁଲସୀ ଆମ ଦେଶ ଏବଂ ସମସ୍ତ ଆମେରିକୀୟଙ୍କ ପାଇଁ ସ୍ବାଧୀନତା ପାଇଁ ଲଢେଇ କରୁଛନ୍ତି ।ପୂର୍ବତନ କଂଗ୍ରେସ ସଦସ୍ୟ ତୁଲସୀ ଗଓ୍ୱାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ମହିଳା ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି । ତୁଲସୀ ଜଣେ ଅଭିଜ୍ଞ ସୈନିକ । ବିଭିନ୍ନ ସମୟରେ ମଧ୍ୟ ପୂର୍ବ ଏବଂ ଆଫ୍ରିକାର ଯୁଦ୍ଧ ଜୋନ୍‌ରେ ନିୟୋଜିତ ଥିଲେ । ସେ କିଛି ସମୟ ପୂର୍ବରୁ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇଥିଲେ ଏବଂ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ । ତୁଲସୀଙ୍କ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି ।୪୩ ବର୍ଷୀୟ ତୁଲସୀ ଗଓ୍ୱାର୍ଡଙ୍କ ଜନ୍ମ ଆମେରିକାର ସୋମାଓରେ ହୋଇଥିଲା । ପିଲାବେଳ ଫିଲିପିନ୍ସରେ ବିତାଇଥିବେଳେ ହୱାଇରେ ଲାଳନପାଳନ ହୋଇଥିଲା । ମାତ୍ର ୨୧ ବର୍ଷ ବୟସରେ ହୱାଇର ପ୍ରତିନିଧି ଭାବେ ଚୟନ କରାଯାଇଥିଲା । ୯/୧୧ ଆତଙ୍କୀ ଆକ୍ରମଣ ପରେ ସେ ଆର୍ମି ନାସନାଲ ଗାର୍ଡରେ ଭର୍ତ୍ତି ହୋଇଥିଲେ ।ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ପ୍ରତିରକ୍ଷା ସଚିବଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି।  ପ୍ରତିରକ୍ଷା ସଚିବ ପଦ ପାଇଁ ଟ୍ରମ୍ପ ଫକ୍ସ ନ୍ୟୁଜ୍ ହୋଷ୍ଟ, ଲେଖକ ତଥା ଅବସରପ୍ରାପ୍ତ ସେନା ପିଟ୍ ହେଗସେଥଙ୍କୁ ଚୟନ କରିଛନ୍ତି । ୪୪ ବର୍ଷୀୟ ପିଟ୍ ହେଗସେଟ୍ ଆଫଗାନିସ୍ତାନ ଏବଂ ଇରାକରେ ସୈନ୍ୟବାହିନୀରେ କାର୍ଯ୍ୟ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *