୮୦ରୁ ଅଧିକ ସିଟ୍ ପାଇବୁ , ସରକାର କରିବୁ: ବୁଧାନ ମୁର୍ମୁ

Spread the love

ଭୁବନେଶ୍ୱର : ରାଜ୍ୟରେ ୮୦ରୁ ଅଧିକ ସିଟ୍ ପାଇବୁ ଓ ସରକାର କରିବୁ ବୋଲି କହିଛନ୍ତି ବିଜେପି ବିଧାୟକ ବୁଧାନ ମୁର୍ମୁ । ଆଗାମୀ ନିର୍ବାଚନ ନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ ୧୨୦କୁ ବେସ୍ କରି କାମ ହେବ । ସରକାର ଗଠନରୁ ଅଧିକ ସିଟ୍ ଟାର୍ଗେଟ ରହିଛି । ଆମ ଟାର୍ଗେଟ ୮୦ । ସରକାର ଗଠନ ପାଇଁ ଆବଶ୍ୟକ ସିଟ୍ ରୁ ୧୦/୧୫ ଅଧିକ ସିଟ୍ ପାଇବୁ । ଆମ ଟାର୍ଗେଟ ୮୦ , ଯେମିତି ସରକାର ଗଠନ ହୋଇପାରିବ । ୧୮ଟା ଲୋକସଭା ଆସନ ଜିତିବା ଚାନ୍ସ ଅଛି ବୋଲି କହିଛନ୍ତି ବୁଧାନ ମୁର୍ମୁ ।

ଅତୀତରେ ବିଜେପି ଓଡିଶାରେ ଦୁର୍ବଳ ଥିଲା । କିନ୍ତୁ ୨୦୧୯ରେ ରାଜ୍ୟରେ ୨୩ ବିଜେପି ବିଧାୟକ ଜିତିଥିଲେ । ୨୦୧୪ ମସିହା ନିର୍ବାଚନ ପାଇଁ କେନ୍ଦ୍ରରେ ଯୋଜନା ଆରମ୍ଭ ହୋଇଗଲାଣି । ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ । ପ୍ରଭାରୀ ସୁନୀଲ ବଂଶଲଙ୍କ ନେତୃତ୍ୱରେ ରାଜ୍ୟ ପଦାଧିକାରୀଙ୍କ ସହଯୋଗରେ ଏଥର ବହୁତ ଭଲ ରେଜଲ୍ଟ ହେବାକୁ ଯାଉଛି । ଓଡିଶାରେ ବିଜେପି ନିଶ୍ଚିତ ସରକାର ଗଢିବ ।

Leave a Reply

Your email address will not be published. Required fields are marked *