ବିନା ଯୋଗ୍ୟତାରେ ନିର୍ଦେଶକ- ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ..

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ନିଜ ଯୋଗ୍ୟତା ବଳରେ ନିର୍ଦେଶକ ନା ରାଜନୀତିକ ପ୍ରଭାବରୁ। ଏଭଳି ମାମଲାରେ କେରଳ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ଯେ, ନିଜ ଆଡ଼ୁ ସଂଜ୍ଞାନ ନେଇ ରେଜିଷ୍ଟ୍ରି କେସ୍ କରିବେ। ଆଉ ଏହାର ତଦନ୍ତ କରିବେ। ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ରିସୋର୍ସ ଡେଭେଲପମେଣ୍ଟ ବା ଆଇଏଚଆରଡିର ନିର୍ଦେଶକ ଏବେ ଅଛନ୍ତି ଡକ୍ଟର ଭି.ଏ.ଅରୁଣ କୁମାର। ଯିଏ ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ, ଅଚ୍ୟୁତାନନ୍ଦଙ୍କ ପୁଅ। ଜଷ୍ଟିସ ଡି.କେ.ସିଂ ଜାଣିବାକୁ ଚାହିଁଛନ୍ତି ଯେ, ଯାହା ଅଭିଯୋଗ ରହିଛି, ତାହାର ବାସ୍ତବତା କେତେ। ଅଭିଯୋଗ ଅନୁସାରେ ଏହି ସଂସ୍ଥାରେ ଆଗ କିରାଣୀ ଭାବେ ନିଯୁକ୍ତି ପାଇଥିଲେ ଅରୁଣ। ଯିଏ ଦିନେ ବି ହେଲେ ପଢ଼ାଇନାହାନ୍ତି। କୋର୍ଟ କହିଛନ୍ତି, ନିର୍ଦେଶକ ପଦବୀ ଏକ ୟୁନିଭରିସିଟିର ଭିସି ପୋଷ୍ଟ ସହ ସମାନ। ତେବେ କୌଣସି ଟିଚିଂ ଅଭିଜ୍ଞତା ନଥାଇ ଜଣେ ବ୍ୟକ୍ତି କେମିତି ନିର୍ଦେଶକ ପଦବୀରେ ବସିଲେ। କାରଣ ୟୁଜିସି ରେଗୁଲେସନ ଅନୁସାରେ ଜଣେ ଭିସିଙ୍କର ୭ ବର୍ଷର ପଢ଼ାଇଥିବାର ଅଭିଜ୍ଞତା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *