ରାଜପଥ ପରେ ଏବେ ଗାଁ ରାସ୍ତାରେ ଚାଲିଛି ବେଆଇନ ଗୋ ଚାଲାଣ ଗଳିକନ୍ଦି ରାସ୍ତାକୁ ବାଚୁଚନ୍ତି ଗୋ ମାଫିଆ । ତେବେ ଭଦ୍ରକ ଜିଲ୍ଲା ଧୂଷୂରୀ ଥାନା ଅଧୀନ ଗୋବିନ୍ଦପୁର ଗାଁ ରୁ ଏକ ବେଆଇନ ଗୋ ବୋଝେଇ ଗାଡି ଜବତ୍ କରିଛନ୍ତି ଗୋ ସେବକ । ସୂଚନା ଅନୁଯାୟୀ ୧୬ ନମ୍ୱର ଜାତୀୟ ରାଜପଥ ର ପାଣିକୋଇଲିରୁ ଦୁଇଟି ବେଆଇନ ଗୋରୁ ବୋଝେଇ ଗାଡି ଧୂଷୂରୀ ଥାନା ଅଧୀନ ଗୋବିନ୍ଦପୁର ନିକଟ ରେ ଦୃତଗତି ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ଅନ୍ୟ ଗୋରୁ ଗାଡ଼ି କୁ ଗୋସେବକ ମାନେ ପିଛା କରିଥିଲେ ମଧ୍ୟ ଫେରାର ହୋଇଚି ବେଆଇନ ଗୋରୁ ବୋଝେଇ ଗାଡି । ତେବେ ଦୁର୍ଘଟଣା ହୋଇଥିବା ଗାଡ଼ି ରୁ ୬ଟି ଷଣ୍ଢ ଓ ୧୨ଟି ଗୋରୁ ଉଦ୍ଧାର ହୋଇଛି। ଗାଡ଼ି ରେ ଥିବା ଗୋରୁଙ୍କ ମଧ୍ୟରୁ ୨ଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଗୋରୁ ଆହତ ହୋଇଛନ୍ତି । ଗାଡ଼ି ର କର୍ମଚାରୀ ଫେରାର ହୋଇଥିବା ବେଳେ ଧୂଷୂରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now