ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗତକାଲି ସ୍ଥାପନ ହୋଇଛି ଶୁଭଖୁଣ୍ଟି। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରୁ ଆଜ୍ଞାମାଳ ନେଇଥିଲେ। ଧନୁଯାତ୍ରା କମିଟି ଦ୍ୱାରା ପୂଜା ଅର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ ଶୁଭଖଣ୍ଟି ସ୍ଥାପନ କରାଯାଇଛି।ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now