ବସ୍ ଧକ୍କାରେ ୧୨ ଗାଈ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥ ବାରିହାପୁର ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ବିଳମ୍ୱିତ ରାତିରେ ରାସ୍ତା ଉପରେ ଗୋରୁ ଶୋଇଥିବା ବେଳେ ଚଢିଗଲା ଗାଡି। ଫଳରେ ବସ୍ ଧକ୍କାରେ ୧୨ ଗୋରୁଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଗୋରୁ ଗୁରୁତର ରହିଛନ୍ତି। ତେବେ ବୁଧବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ମୃତ ଗାଈ ଗୁଡିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରାଜରାସ୍ତାରେ ପଡିରହିଛି।  ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକମାନେ ଉଦ୍ୟମ ଜାରି ରଖିଛନ୍ତି । ତେବେ  ଦୁର୍ଘଟଣା ପରେ  ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *