ମାଲକାନଗିରିରେ ୧୨ଘଣ୍ଟିଆ ବନ୍ଦ ଡାକରା

ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଉଛି। ଭାରତ ସହିତ ବିଭିନ୍ନ ଦେଶ ପାକିସ୍ଥାନର ଏଭଳି ହରକାତ କୁ ନାପସନ୍ଦ କରିଛନ୍ତି। ମୁସଲିମ ଆତଙ୍କୀ ମାନେ ପର୍ଯ୍ୟଟକଙ୍କର ଧର୍ମ ଜାତି ପଚାରିବା ପରେ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ପାକିସ୍ତାନ ର ଆତଙ୍କବାଦୀଙ୍କ ଏଭଳି ଅମାନବୀୟ କାଣ୍ଡକୁ ବିରୋଧ କରି  ଦେଶବ୍ୟାପୀ ହିନ୍ଦୁଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଛି। ବିଭିନ୍ନ ଜାଗାରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି।

ଆଜି ହିନ୍ଦୁ ଜାଗରଣ ମଞ୍ଚ ମାଲକାନଗିରି ପକ୍ଷରୁ ମଧ୍ୟ ଘଟଣାକୁ ତିବ୍ର ବିରୋଧ କରିଛନ୍ତି। ମାଲକାନଗିରି ସହର କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯିବା ସହିତ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଠପ୍ କରିଛନ୍ତି। ଏବଂ ଯଥା ଶିଘ୍ର ନରେନ୍ଦ୍ର ମୋଦି ତଥା ଭାରତ ସରକାରଙ୍କ ପାଖରେ ପାକିସ୍ତାନି ଆତଙ୍କବାଦୀ ମାନଙ୍କୁ ଉପରେ ଉଚିତ ଜବାବ ଦେବାକୁ ଦାବି କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *