ବନ୍ୟା ସ୍ରୋତରେ ଭାସିଗଲା ୭ ବର୍ଷର ନାବାଳକ l ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁର ଗ୍ରାମରେ l ଗୋବିନ୍ଦପୁର ଗ୍ରାମର ଅଭିମନ୍ୟୁ ବାରିକଙ୍କ ପୁଅ ମାନସ ବାରିକ (୭ବର୍ଷ ) ନିକଟରେ ଥିବା ସରସ୍ବତୀ ଶିଶୁମନ୍ଦିର ସ୍କୁଲରୁ ଫେରିବା ସମୟରେ ବାଟରେ ଥିବା ଜୁଆଣିଆ-ଗୋବିନ୍ଦପୁର କେନାଲକୁ ଖସି ପଡ଼ିଥିଲେ l କେନାଲ ସ୍ରୋତରେ ବନ୍ୟାପାଣି ପ୍ରବେଶ କରିଥିବାରୁ ଶିଶୁଟି ନିଖୋଜ ହୋଇ ଯାଇଛି l ଗ୍ରାମବାସୀ ଖୋଜାଖୋଜି କରିବା ପରେ ଶିଶୁଟିର ସାଇକେଲ ମିଳିଥିବା ବେଳେ ଶିଶୁ ଉଦ୍ଧାର ହୋଇ ପାରିନି l ଆଳି ଦମକଳ ବାହିନୀଙ୍କ ସହ ଗ୍ରାମବାସୀ କେନାଲରେ ଖୋଜା ଜାରି ରଖିଛନ୍ତି. ଏଭଳି ସ୍ଥିତିରେ ପୁରା ଗାଁ ଓ ପରବାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି

Naxatra News is now on Whatsapp
Join and get latest news update delivered to you via whatsapp
Join Now