ରାସ୍ତା ଉପରେ ଯାତ୍ରୀ ବାହି ଅଟୋକୁ ପିଟିଲା ପଥର ବୋଝେଇ ଟ୍ରକ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ରାଜସୁନାଖଳାରୁ ବାଙ୍କୋଇ ପୂର୍ତ୍ତ ବିଭାଗ ରାସ୍ତାର ବାଙ୍କୋଇ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ହଳଦୀପଦା ଗ୍ରାମର କିଛି ମହିଳା ଏବଂ ପୁରୁଷ ଏକ କାର୍ଯ୍ୟକ୍ରମକୁ ଅଟୋରେ ଯାଉଥିଲେ ଠିକ୍ ସେହି ସମୟରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ପଥର ବୋଝେଇ ଟ୍ରକ ଅଟୋକୁ ଧକା ଦେଇଥିଲା । ଯାହା ଫଳରେ ଅଟୋଟି ରାସ୍ତା କଡକୁ ଓଲଟି ପଡ଼ିଥିଲା। ବସିଥିବା 5 ଜଣକ ମଧ୍ୟରୁ 3 ଜଣ ଗୁରୁତର ହୋଇ ଚିତ୍କାର କରୁଥିଲେ। ଗୁରୁତରଙ୍କ ମଧ୍ୟରେ ଜଣେ ମହିଳାଙ୍କର ଗୋଡ଼ ଭାଙ୍ଗି ଯିବା ସହ ମୁହଁ ଫାଟିଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ସମସ୍ତଙ୍କୁ ପ୍ରଥମେ ବାଙ୍କୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଧିକ ଗୁରୁତର ସମସ୍ତ ଆହତ ମାନଙ୍କୁ ଆମ୍ବୁଲାସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠା ଯାଇଛି। ଘଟଣାସ୍ଥଳରେ ବୋଲଗଡ ଥାନା ଏବଂ ବାଙ୍କୋଇ ଫାଣ୍ଡି ପୋଲିସ ପହଞ୍ଚି ଉଭୟ ଅଟୋ ଏବଂ ଟ୍ରକକୁ ଜବତ କରିଛି ।
ଏହି ଅଞ୍ଚଳରେ ବାଙ୍କୋଇ ଫାଣ୍ଡି ଥାଇ ମଧ୍ଯ କିଭଳି ସବୁବେଳେ ଚୋରା ପଥର ଅବାଧରେ ଟ୍ରକରେ ଚାଲାଣ ହେଉଛି ତାହାକୁ ନେଇ ଅଞ୍ଚଳରେ ଆସୋନ୍ତୋଶ ପ୍ରକାଶ ପାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now