ହବିଶ୍ୟାଳୀଙ୍କୁ ଥଣ୍ଡା ଚିନ୍ତା

ତିନି ଦିନ ମେଘୁଆ ପାଗ କୁ ହାଲକା ହାଲକା ବର୍ଷା ପୁରୀ ରେ ଲାଗିରହିଥିଲା | ଯାହାର ପ୍ରଭାବ ରେ ଏବେ ପୁରୀ ର ପ୍ରାୟ ଘରେ ବାହାରିବେ ଥଣ୍ଡା, କାଶ ଓ ଜ୍ୱର ରୋଗୀ |  କାର୍ତିକ ବ୍ରତ ଧାରି ମା ମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଆସି ପୁରୀ ରେ ରହି ହବିଷ ବ୍ରତ ପାଳନ କରୁଛନ୍ତି | ସରକାର ଙ୍କ ତରଫରୁ ୪ ଟି ହବିଷ କେନ୍ଦ୍ର କରାଯାଇଛି | ଯେଉଁଠାରେ ୨୭୦୦ ରୁ ଉର୍ଦ୍ଧ ହବିଷ ବ୍ରତ ଧାରି ମା ମାନେ ରହି ହବିଷ ପାଳନ କରୁଛନ୍ତି | ବାତ୍ୟା ଦାନା ପ୍ରଭାବ ରେ ପୁରୀ ରେ ବିଶେଷ କିଛି ପ୍ରଭାବ ପଡ଼ିନାହିଁ କିନ୍ତୁ ମେଘୁଆ ପାଗ ସହ ହାଲକା ହାଲକା ଥଣ୍ଡା ପଵନ କୁ ବର୍ଷା ହବିଷ୍ୟାଳି ମା ମାନଂକୁ ଏବେ ଅସୁସ୍ଥ କରିପକେଇଛି | ଅଧିକାଂଶ ମା ମାନେ ଏବେ ଥଣ୍ଡା, କାଶ,ଜ୍ୱର ରେ ପଡିଛନ୍ତି | ପ୍ରଶାସନ ପକ୍ଷରୁ ହବିଷ କେନ୍ଦ୍ର ରେ ଥିବା ଆସାଦିଦି,ସ୍ବେଛାସେବୀ ମାନେ ହବିଷ୍ୟାଳି ମା ମାନଙ୍କ ସମୟ ସମୟ ରେ ଯତ୍ନ ନେବା ସହ ଡାକ୍ତର ଙ୍କ ପରାମର୍ଶ ରେ ଔଷଧ ପ୍ରଦାନ କରୁଛନ୍ତି |

୨୭୦୦ ରୁ ଉର୍ଦ୍ଧ ହବିଷ୍ୟାଳି ମା ମାନଙ୍କ ସ୍ୱାସ୍ଥ୍ୟ ସେବା କୁ ନଜର ଦେବା ପାଇଁ ସରକାର ଙ୍କ ତରଫରୁ ୪ ଟି ହବିଷ କେନ୍ଦ୍ର ରେ ମେଡିକାଲ କ୍ୟାମ୍ପ କରାଯାଇଛି | ହବିଷ୍ୟାଳି ମା ମାନେ ବିଭିନ୍ନ ଜିଲ୍ଲା ରୁ ଆସିଛନ୍ତି ପାଣିପାଗ ମଧ୍ୟ ପରିବର୍ତନ ହୋଇଛି ଏବଂ ବିଶେଷ କରି ମା ମାନେ  ହବିଷ ବ୍ରତ ସମୟରେ ପ୍ରତି ଦିନ ପ୍ରାତଃ ରୁ ତୀର୍ଥ ପୁଷ୍କରିଣୀ ମାନଙ୍କ ରେ ବୁଡ଼ ପକାଇଥାନ୍ତି ତେଣୁ କରି ହବିଷ କେନ୍ଦ୍ର ର ପ୍ରାୟତଃ ମା ମାନଙ୍କର ଥଣ୍ଡା, କାଶ, ଓ ଜ୍ୱର ହୋଇଛି ବୋଲି ଡାକ୍ତର କହିଛନ୍ତି | କୋଣସି ଭୟଭିତ ହେବାର ଆବଶ୍ୟକ ନାହିଁ ମା ମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ସଜାଗ ହେବାର ରହିଛି ତୀର୍ଥ ପୁଷ୍କରିଣୀ ରେ ଅଧିକ ସମୟ ବୁଡ଼ ନପକାଇ ଆବଶ୍ୟକ ସମୟ ମଧ୍ୟରେ ବୁଡ଼ ପକେଇବା ପାଇଁ ସ୍ବେଛାସେବୀ ମାନେ ହବିଷ୍ୟାଳି ମା ମାନଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି |

ଅନ୍ୟପଟେ ବୃନ୍ଦାବତୀ ନିବାସରେ ରହୁଥିବା ଜନୈକ ହବିସିୟାଳି ଶ୍ରୀମତୀ ରତ୍ନମଣୀ ମଙ୍ଗରାଜ ଙ୍କର ମୁର୍ତ୍ୟୁ ଘଟିଛି ।  ମୃତ୍ୟୁର କାରଣ, ସେପ୍ଟିସେମିଆ , କ୍ରନିକ୍ କିଡନୀ ରୋଗ ସହିତ ଆକ୍ୟୁଟ୍ ଗ୍ୟାଷ୍ଟ୍ରୋଏଣ୍ଟେରିଟ୍ସ୍ ବୋଲି ଡ଼ାକ୍ତର ଙ୍କ ସୂତ୍ରରୁ ପ୍ରକାଶ |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *