ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଛାତିଥରା ଦୁର୍ଘଟଣା । ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଆଇଆଇସି, ଡ୍ରାଇଭର ତଥା ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ ହେଲପର ଅଛନ୍ତି। ଗତ ରାତିରେ ଉଦଳା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଗାଡ଼ିଟି ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଛିଡ଼ା ହୋଇଥିଲା।ସେହି ସମୟରେ ରୋଗୀ ଛାଡ଼ି ଉଦଳା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ପୋଲିସ ଭ୍ୟାନ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ପୋଲିସ ଗାଡ଼ିଟି ପ୍ରାୟ ୩ ଥର ଓଲଟି ପଡ଼ିଥିଲା। ଆଉ ତାହା ତଳେ କର୍ମଚାରୀମାନେ ଚାପି ହୋଇ ରହି ଯାଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now