ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ପଡିଲା ମହଙ୍ଗା; ୯ ଗିରଫ

ମୟୁରଭଞ୍ଜ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ବାଲିଆ ମାଫିଆଙ୍କ ଆକ୍ରମଣର କାର୍ଯ୍ୟାନୁଷ୍ଠାନ । ଏହି ସମ୍ପର୍କରେ ସୂଚନା ଦେଲେ ପୂର୍ବାଞ୍ଚଳ DIG ସତ୍ୟଜିତ ନାୟକ । ସମ୍ପୃକ୍ତ ଘଟଣାରେ ୯ଜଣ ଗିରଫ କରିଛି ପୋଲିସ। ଗତ ଦୁଇ ତାରିଖରେ କପ୍ତିପଦା ଅତିରିକ୍ତ ତହସିଲଦାର ଭିମକାନ୍ତ ମାଝି କପ୍ତିପଦା ଥାନା ଅଞ୍ଚଳରେ ବେଆଇନ ବାଲି ଚାଲାଣ କରୁଥିବା ବାଲି ମାଫିଆଙ୍କ ଉପରେ ଚଢାଉ ପାଇଁ ଯାଉଥିଲେ। ‌ହେଲେ ରାସ୍ତାରେ ବାଲି ମାଫିଆ ମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣାପରେ ଆକ୍ସନ ମୁଡକୁ ଆସିଥିଲା ପୋଲିସ। ବର୍ତ୍ତମାନ ପର୍ଯ୍ୟନ୍ତ ନଅ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ସ୍ଥାନୀୟ ଅଞ୍ଚଳର ଲୋକ। ଏହି ଘଟଣାରେ ୧୫ ରୁ ୨୦ ଅଭିଯୁକ୍ତ ସାମିଲ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କୁ ମଧ୍ୟ ଶିଘ୍ର ଗିରଫ କରାଯିବ ବୋଲି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *