ଚିନ୍ତାରେ ମତ୍ସ୍ୟଜୀବୀ

ଓଡ଼ିଶାର ଜୀବନ ରେଖା ମହାନଦୀ ଏବେ ପଡିଛି ଶୁଖୁଲା ।ଯାହାର ସିଧାସଳଖ ପ୍ରଭାବ ପଡିଛି ମସ୍ୟଜୀବୀ ମାନଙ୍କ ଉପରେ। ମହାନଦୀକୁ ଭରସା କରି ନିଜର ଜୀବନ ଜୀବିକା କୁ ନିର୍ବାହ କରିବା ଆଉ କୂଳ ବେଉସା କୁ ବଞ୍ଚାଇ ରଖିଥିବା କଟକ ଜିଲ୍ଲା ବାଙ୍କୀ ବୈଦେଶ୍ଵର ଠାରୁ ଆରମ୍ଭ କରି ମୁଣ୍ଡଳୀ ପର୍ଯ୍ୟନ୍ତ ଯେଉଁ କୈବର୍ତ୍ତ ସମାଜ ରେ ମସ୍ୟଜୀବୀ ମାନେ  ଧରି ରହିଥିଲେ ରହିଥିଲେ ଏବେ ମହାନଦୀ ଶୁଖିଲା ପଡିବା ଆଉ ଜାଲ ରେ ସେହି ଭଳି ମହାନଦୀର ମଧୁର ପାଣି ମାଛ ନ ପଡିବା ଯୋଗୁ ଛାଡିବା ଆରମ୍ଭ କଲେଣି ନିଜର ଭିଟାମାଟି.ଏବେ ସେହି ଭଳି ଆଉ ଜାଲ ରେ ମାଛ ପଡୁନାହିଁ ଯେଉଁଥିପାଇଁ ମତ୍ସ୍ୟଜିବୀ ମାନଙ୍କର ରୋଜଗାର ସମ୍ପୃର୍ଣ୍ଣ ଠପ ହେବାକୁ ବସିଲାଣି। କାହିଁ କେଉଁ କାଳରୁ ପିଢି ପରେ ପିଢି ନିଜରଏହି କୂଳ ବ୍ୟବସାୟ କୁ ଧରି ମାଛ ମାରି ଜୀବନ ଜୀବିକା ବଞ୍ଚାଇ ଆସୁଥିଲେ । ଏବେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଳସ୍ତର କମିକା କାରଣରୁ ବଦଳୀ ଯାଉଛି ଜୀବନଶୈଳୀ । ଶତାଧିକ ମତ୍ସ୍ୟଜିବୀ ଏବେ ନିଜ ମାଛ ମାରିବା କୂଳ ବେଉଶା ଛାଡ଼ି ଅନ୍ୟର ମୂଲ ଲାଗିବାକୁ ବାଧ୍ୟ ହେଉଛନ୍ତି । ଅନେକ ମସ୍ୟଜୀବୀ ଏବେ ମଧ୍ୟ  ନିଜର ଭିଟାମାଟି ଛାଡିଛନ୍ତି। ନଦୀକୂଳର ପ୍ରତ୍ୟକ ଟି ସ୍ଥାନ ମାନଙ୍କରେ ପୂର୍ବରୁ ମସ୍ୟଜୀବୀଙ୍କ ହୋ ହାଲ୍ଲାରେ ଫାଟି ପଡ଼ୁଥିଲା ସମ୍ପୂର୍ଣ୍ଣ ନଦୀ କୂଳ.କିନ୍ତୁ ଆଜି ମସ୍ୟଜୀବି କୁ ପାଟି ଶୁଭୁନି ସମ୍ପୂର୍ଣ ନିରବ ହୋଇଯାଇଛି । ଡଙ୍ଗା ଗୁଡିକ କୂଳରେ ବନ୍ଧା ହୋଇ ରହିଛି । ମାଛ ଧରାଳି ଯେଉଁ ଜାଗାରେ ୧୦ ରୁ ୨୦ କିଲୋ ମାଛ ମାରୁଥିଲେ ଏବେ ଅଧ କିଲୋ ବି ଜାଲରେ ମାଛ ପଡ଼ିବା କଷ୍ଟ । ଯାହୀ ଫଳରେ ଦିନକର ମଜୁରୀ ମଧ୍ୟ ମିଳୁନି ଯେଉଁଥିପାଇଁ ମାଛ ଧରାଳି ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଦେଶି ମାଛ ପ୍ରାୟ ସବୁବେଳେ ନମିଳିବା କାରଣରୁ ଗ୍ରହକମାନେ  ଆନ୍ଧ୍ର ମାଛ ଖାଇବାକୁ ବାଧ୍ୟ ହେଉଛନ୍ତି.

କଟକ ଜିଲ୍ଲାର ବାଙ୍କି, ଆଠଗଡ,ବଡ଼ମ୍ବାର ନଦୀକୂଳ ରେ ବସବାସ କରୁଥିବା ଗୟଳବାଙ୍କ,କରବର,ରଣପୁର. ବୈଦେଶ୍ଵର. ସମିଳିପୁର,ମୁଣ୍ଡଳୀ ଅନନ୍ତପୁର,ମଞ୍ଚେଶ୍ଵର ଅଂଚଳର ଶତାଧିକ ମତ୍ସ୍ୟଜିବୀ ଏବେ ସଙ୍କଟରେ । ମହାନଦୀର ବିଭିନ୍ନ ସ୍ଥାନ ଏବେ ବାଲି ପଡି ଶୁଖିଲା ପଡିଛି ଯାହା ଆପଣ ଙ୍କୁ ମରୁଭୂମି ର ଭ୍ରମ ସୃଷ୍ଟି କରିବ । ପୁଣି ଯେଉଁଠି ପାଣି ଅଛି ତାହା ପୂର୍ବ ତୁଳନାରେ କମ୍ ରହିଛି । ପୂର୍ବରୁ ଚିତଳ , ଶାଳ , ମିରିକାଳି, ପୋଲେଇ ମାଛ ସାଙ୍ଗକୁ ଚିଙ୍ଗୁଡ଼ି ଭଳି ବିଭିନ୍ନ ପ୍ରଜାତିର ଅଧିକ ସଂଖ୍ୟାରେ ମସ୍ୟଜୀବି ଙ୍କ ଜାଲ ରେ ଏହି ସବୁ ମାଛ ପଡ଼ୁଥିଲେ କିନ୍ତୁ ଏବେ କମ୍ ପରିମାଣର ପଡୁଛି ଯାହା ସମୁଦ୍ରରୁ ଶଙ୍ଖେ ।ଯେଉଁଥିପାଇଁ ଆଜି ମାଛ ବଜାରରେ ଲାଗିଛି ଦେଶୀ ମାଛର ଘୋର ଅଭାବ ଏବେ ଅଧିକା ଆନ୍ଧ୍ର ଓ ପୋଖରୀ ର ଚାଷ ମାଛ ଦେଖିବାକୁ ମିଳୁଛି ଆମିଷ ବଜାରରେ । ଏବେ ଯଦି  ମସ୍ୟଜୀବୀ ଙ୍କ ଜୀବନ ଜୀବିକା ବଞ୍ଚାଇବା ପାଇଁ ତୁରନ୍ତ ରାଜ୍ୟ ସରକାର ଆବଶ୍ୟକୀୟ ମାଛ ମହାନଦୀ ରେ ଛାଡିବା ସହିତ ମସ୍ୟଜୀବୀ ସମାଜ  ପକ୍ଷରୁ ଯେଉଁ ସବୁ ସୋସାଇଟି କରାଯାଇଛି ସେମାନଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଏ ତେବେ ନିଜର ଏ କୂଳ ବ୍ୟବସାୟକୁ ବଞ୍ଚାଇ ରଖା ଯାଇପାରିବ ବୋଲି ମସ୍ୟଜୀବୀ ସୋସାଇଟି ର ସଭାପତି ସରକାର ଙ୍କୁ ଅନୁରୋଧ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *