ରଥଯାତ୍ରା ପାଇଁ ବରଗଡରୁ ପୁରୀ ଯିବ ରଥ କାଠ l ଏଥିପାଇଁ ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍ l ଏହି ଟିମ ପଦ୍ମପୁର ଜଙ୍ଗଲରେ ସର୍ଭେ କରିବା ସହ ରଥ କାଠ ପାଇଁ ଗଛ ଚିହ୍ନଟ କରିଛନ୍ତି l ଏହାପୂର୍ବରୁ ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରଗଡ଼ ଡିଏଫଓଙ୍କୁ ଚିଠି କରାଯାଇଥିଲା। ଏବଂ ବରଗଡ଼ ଡିଏଫଓ ନିଜେ ଉପସ୍ଥିତ ରହି ଟିମ କୁ ସହଯୋଗ କରିଥିଲେ l ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ର ଆବଶ୍ୟକତା ରହିଛି l ହେଲେ ରଥର ଚକ ତିଆରି ପାଇଁ ୭୨ ଖଣ୍ଡ ଫାସୀ ଗଛର ଆବଶ୍ୟକ ରହିଛି l ସେଥିପାଇଁ ପଦ୍ମପୁର ଜଙ୍ଗଲରୁ ଏହି କାଠ ଯିବ ବୋଲି ଟିମର ସଦସ୍ୟ ସୂଚନା ଦେଇଛନ୍ତି l ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ଠାରେ ରଥ ଯାତ୍ରା ପାଇଁ ନିର୍ମାଣ ରଥ ନିର୍ମାଣ ଅକ୍ଷୟ ତୃତୀୟ ରୁ ଅନୁକୂଳ ହେବାକୁ ଥିବା ବେଳେ ରଥ ଚକ ନିର୍ମାଣ ପାଇଁ ଫାସୀ ଗଛ ଅନୁସନ୍ଧାନ ରେ ଟିମ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲୁଥିଲେ । ପଦ୍ମପୁର ଗାଇସିଲେଟ ରାସ୍ତା ବୁଡ଼ାମାଳ ଛକ ନିକଟରେ ୧୫ ଟି ଫାସୀ ଗଛ ଚୟନ ହୋଇଥିବା ସୂଚନା ଦେଇଛି କମିଟି। ଏହି ଗଛ ଗୁଡ଼ିକୁ ଚିହ୍ନଟ ପରେ ଆଗାମୀ ୧୫ ଦିନ ଭିତରେ ଏହାକୁ ପୁରୀ ନିଆଯିବ ବୋଲି ବରଗଡ଼ dfo ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now