ଭଦ୍ରକ ଟାଉନ ଥାନା ପୋଲିସ କୁ ବଡ ସଫଳତା। ଦୀର୍ଘ ଦିନ ଧରି ଭଦ୍ରକ ରେ ବ୍ରାଉନ ସୁଗାର କାରବାର ଚଳାଇଥିବା ଚରମ୍ପା ବରାଳ ପୋଖରୀ ଅଞ୍ଚଳ ର ଦୁଇ ଭାଇ ପୋଲିସ ହାତରେ ଧରା ପଡିଛନ୍ତି। ସୂଚନା ଅନୁଯାୟୀ ଏହି ଦୁଇ ଭାଇ ବାଲେଶ୍ବର ରୁ ନିଜ କାରରେ ଫେରୁଥିବା ବେଳେ ପୋଲିସ କାର କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର ରୁ ୯ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ କରିଥିବା ବେଳେ, ବ୍ୟବହୃତ କାର ସହ ଦୁଇଟି ମୋବାଇଲ ଜବତ କରିଛି ଭଦ୍ରକ ଟାଉନ୍ ଥାନା ପୋଲିସ। ଏ ନେଇ ପୋଲିସ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ, ଏହି ଦୁଇ ଭାଇ ଏହି କାରବାରରେ ମାଷ୍ଟର ମାଇଣ୍ଡ ବୋଲି କହିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ପୋଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now