ଭରତପୁର ଥାନା ମାମଲାରେ ତଦନ୍ତକୁ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢୁଛି। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିବ କ୍ରାଇମବ୍ରାଞ୍ଚ ଟିମ୍। ସକାଳୁ ଟିମ୍ ଯାଇ ଭରତପୁର ଥାନାରେ ପହଞ୍ଚିଛି। ପୀଡିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଯାଇ ଭରତପୁର ଥାନାରେ ପହଞ୍ଚିଛି। ସେଦିନ ରାତିରେ କଣ ସବୁ ଘଟିଥିଲା , ତାହା ଅନୁଧ୍ୟାନ କରାଯିବ। ଭରତପୁର ଥାନା ଓ ପଥର ଗାଡିଆ ଯିବ କ୍ରାଇମବ୍ରାଞ୍ଚର ଏହି ଟିମ୍ । ପଥରଗାଡିଆ ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଯୁକ୍ତିତର୍କ କରିଥିଲେ। ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now