ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ କାଣ୍ଡଗରଡି ପଞ୍ଚାୟତ ତାଳଆଡ଼ିଆ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ପଡି ୨ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁପୁତ୍ର ହେଲେ ତାଳଆଡ଼ିଆ ଗାଁର ତପନ ଦାସଙ୍କ ୨ ବର୍ଷର ପୁଅ ସୁଜିତ ଦାସ। ସୂଚନା ମୁତାବକ, ସୁଜିତ ଖେଳୁଥିବା ସମୟରେ ଘର ପାଖରେ ଥିବା ଏକ ପୋଖରୀକୁ ଖସି ପଡିଥିଲା। ତେବେ ପରିବାର ଲୋକେ ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ପୋଖରୀ ଭିତରୁ ଶିଶୁଟିକୁ ଉଦ୍ଧାର କରିବା ସହ ସଙ୍ଗେ ସଙ୍ଗେ ଚାନ୍ଦବାଲି ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now