ଦକ୍ଷିଣ ମୋଡ଼ ହୁଏ ନାହିଁ ବିଶ୍ବର ସର୍ବୋଚ୍ଚ ରଥ

ଦକ୍ଷିଣ ମୋଡ ହୁଅନ୍ତି ନାହିଁ ବିଶ୍ଵର ସର୍ବୋଚ୍ଚ ରଥ ।କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉ ଙ୍କର ସର୍ବୋଚ୍ଚ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଏ ନାହିଁ । କେବଳ ପ୍ରଭୁଙ୍କ ଆସ୍ଥାନର ପଟ୍ଟ ପରିବର୍ତ୍ତନ କରାଯାଏ ।ଦିନକ ପରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କର ବାହୁଡ଼ା ଯାତ୍ରା । ବାହୁଡ଼ାଯାତ୍ରା ପୂର୍ବରୁ ସବୁ ସ୍ଥାନରେ ପ୍ରଭୁଙ୍କ ରଥକୁ ଦକ୍ଷିଣମୋଡ କରାଯାଇଥାଏ । ହେଲେ କେନ୍ଦୁଝର ର ବିଶାଳ, ବିଶ୍ଵ ପ୍ରସିଦ୍ଧ ସର୍ବୋଚ୍ଚ ରଥର ଦକ୍ଷିଣମୋଡ ହୁଏ ନାହିଁ । ଏଠାକାର ରୀତି, ନୀତି ଓ ପରମ୍ପରା ଅନୁଯାୟୀ ଏହି ବିଶାଳ ରଥର ମୋଡ଼ ବଦଳେ ନାହିଁ । ଏଠାରେ କେବଳ ରଥ ଉପରେ ଥିବା ଆସ୍ଥାନକୁ ଉତ୍ତର ମୋଡ କରାଯାଇଥାଏ। ଏହାଛଡା ସବୁଠି ମା ସୁଭଦ୍ରଙ୍କର ମୁଖ ହଳଦୀ ବର୍ଣ୍ଣ ଥିବା ବେଳେ, ଏଠାରେ ତନ୍ତ୍ର ପ୍ରଭାବରେ ମାସୁଭଦ୍ରାଙ୍କ ମୁଖ କୁଙ୍କୁମ ବର୍ଣ୍ଣ ରହିଛି । ଏଥିସହ, ଏଠାରେ ଭୂୟାଁମାନଙ୍କ ଦ୍ଵାରା ପ୍ରସ୍ତୁତ ଶିଆଳି ଦଉଡ଼ିରେ ପ୍ରଭୁଙ୍କ ରଥ ଟଣାଯାଏ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *