ମୁଁ ନିଜେ ଚିଟଫଣ୍ଡ ଠକେଇର ଶୀକାର ହୋଇଥିଲି- ମୁଖ୍ୟମନ୍ତ୍ରୀ

ଉପଭୋକ୍ତାମାନଙ୍କୁ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ପାଳନ ହୋଇ ଆସୁଛି ଉପଭୋକ୍ତା ଦିବସ । ଦେଶରେ ଉପଭୋକ୍ତା ସୁରକ୍ଷା ଆଇନ ଖାଉଟିଙ୍କ ସୁରକ୍ଷାରେ କେତେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଉଛି ତାର ଚର୍ଚ୍ଚା ହୋଇଛି  । ଏ ବର୍ଷର ବାର୍ତ୍ତା ରହିଛି ଉପଭୋକ୍ତା ନ୍ୟାୟ ପାଇଁ ଭର୍ଚୁଆଲ ଶୁଣାଣି ଓ ଡିଜିଟାଲ ଅଧିଗମନ। ଏହି ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଖାଉଟିଙ୍କ ଅଧିକାର ନେଇ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା କହିଛନ୍ତି। ଏବଂ ୧୯୮୬ ଆଇନ ଅନୁସାରେ ଅପିଲ କରିଥିଲେ କିନ୍ତୁ ଟଙ୍କା ଫେରି ପାଇଲେନି । ୧୯୮୬ ଆଇନ ଉପଯୋଗୀ ନୁହେଁ। ତେଣୁ ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉପଭୋକ୍ତା ଆଇନ ୨୦୧୯ ଆଣିଲେ । ୨୦୨୦ ପରଠାରୁ ତାହା ଲାଗୁ ହୋଇଛି । ଏବଂ ତାହା ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷିତ କରିବାରେ ସହାୟକ ହେଉଥିବା ମୁଖ୍ୟମନ୍ତ୍ରା ମୋହନ ଚରଣ ମାଝୀ କହିଛନ୍ତି । ଏପରିକି ରସଗୋଲା ଛେନାରେ ନା ସୁଜିରେ ତିଆରି ହୋଇଛି କେମିତି ଜାଣିବେ ତାର ଟ୍ରିକ ବତାଇଛନ୍ତି ମୁଖ୍ୟମନ୍ତ୍ରୀ ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *