କଫସିରପ ଜବତ : ୧୭ ଜଣ ଚାଲାଣକାରୀଙ୍କୁ ଗିରଫ

ବରଗଡ଼ ପୋଲିସକୁ ବଡ଼ ସଫଳତା। ୧୭ ଜଣ କଫସିରପ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ। ବରଗଡ଼ ଦେଇ ବିପୁଳ ପରିମାଣରେ କଫ ସିରପ ଚୋରାଚାଲାଣ ହେଉଥିବା ନେଇ ପୁଲିସକୁ ଖବର ପାଇଥିଲା। ସେହି ସୂଚନା ଆଧାରରେ ବରଗଡ଼ ପୁରୁଣା ରିଜର୍ଭ ପୁଲିସ ପାଖରେ ୪ ଜଣ ସନ୍ଦିଗ୍ଧ ଲୋକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା। ସେମାନେ କଫ ସିରପ ଚାଲାଣରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେବା ପରେ ସେମାନଙ୍କ ସୂଚନା ଆଧାରରେ ପୁଲିସ ଆହୁରି ୧୩ ଜଣଙ୍କୁ ଧରିଛି। ପୁଲିସ ମୋଟ୍ ୧୭ ଜଣଙ୍କୁ ଗିରଫ କରି ସେମାନଙ୍କ ପାଖରୁ ୪୪୭୫ ବୋତଲ କଫ ସିରପ ଜବତ କରିଛି। ଏହି ନିଶା ବେପାରୀ ଦଳ ଏତେ ପରିମାଣ​‌ର କଫ ସିରପ ବରଗଡ଼ ସହରାଞ୍ଚଳରେ ବିକ୍ରି କରିବାକୁ ଆଣିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଆଜି ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କଠାରୁ ଗୋଟିଏ ବୋଲୋରେ, ଗୋଟିଏ ମାରୁତି ସୁଜୁକି, ଗୋଟିଏ ଆର୍ଟିଗା, ଗୋଟିଏ ହୋଣ୍ଡା ଡ୍ରିମ କାର, ୧୨୦ ପାଣି ବୋତଲ, ୧୭୫୦ ଟଙ୍କା, ୩ଟି ମୋବାଇଲ ଫୋନ ‌ପୁଲିସ ଜବତ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *