ଯୋବ୍ରା ଆନିକଟ ବ୍ୟାରେଜ ରୁ ଉଦ୍ଧାର ହେଲା ରିଟାର୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ମୃତଦେହ । ମହାନଦୀ ବ୍ୟାରେଜର ୧ ନମ୍ବର ଗେଟ୍ ଠାରେ ଭାସୁଥିଲା ବେଳେ ଉଦ୍ଧାର କଲା ଅଗ୍ନିଶମ ଟିମ । ଘଟଣା ସ୍ଥଳରେ ଜଗତପୁର ଥାନା ଓ ପୁରିଘାଟ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରିଛି । ପୋଲିସ ର ସୂଚନା ମୁତାବକ ମୃତକ ଗତକାଲି ଠାରୁ ନିଖୋଜ ଥିବା ନେଇ ସ୍ଥାନୀୟ ପୁରିଘାଟ ଥାନା ରେ ଏକ ମିଶିଙ୍ଗ କେସ ପରିବାର ପକ୍ଷରୁ ହୋଇଥିଲା । ମୃତକ ବ୍ୟକ୍ତି ଜଣଙ୍କ ହେଉଛନ୍ତି କଟକ ଝୋଲାସାହି ଅଂଚଳର ଶ୍ୟାମ ସୁନ୍ଦର ଟେକ୍ରିୟାଲ ।ତାଙ୍କ ବୟସ ୬୩ ବର୍ଷ । ସେ ଜଣେ ରିଟାର୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ । ଗତକାଲି ମୃତକ ଙ୍କ ପୁଅ ଜଗତପୁର ଅଂଚଳରେ ଖୋଜାଖୋଜି କରିଥିଲେ ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ବୁଧବାର ମଧ୍ୟାହ୍ନ ସମୟରେ ଏକ ମୃତ ଦେହ ପାଣିରେ ଭାସୁଥିବା ଦେଖିଥିଲେ ଲୋକ । ତେବେ ମୃତ ର କାରଣ ଜଣା ପଡି ନଥିଲା ବେଳେ ମୃତଦେହ କୁ ଉଦ୍ଧାର କରି ବ୍ୟବଛେଦ କରିବା ପାଇଁ ଏସସିବି ମେଡିକାଲ କୁ ପଠାଇଛି ପୋଲିସ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now