ବାମେବାରୀ ଥାନା ଜରିବାହାଳ ଆନ୍ତ୍ରାମାନ୍ତ୍ରା ପାର୍କିଂ ନିକଟ ଏକ ବୁଦାରୁ ଟ୍ରକ୍ ଡ୍ରାଇଭରଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର । ମୃତକ ଘଟଗାଁ ବ୍ଲକ୍ ସାନ୍ତରାପୁର ଗାଁ ର ସୁଶାନ୍ତ ମହାକୁଡ଼ । ଘଟଣା ସ୍ଥଳରେ ବାମେବାରୀ ପୋଲିସର ତଦନ୍ତ ଆରମ୍ଭ କରିଛି । ବଡ଼ବିଲ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଅଧିକ ତଦନ୍ତ ପାଇଁ ରାଉରକେଲାରୁ ସାଇଣ୍ଟିଫିକ୍ ଟିମ୍ କୁ ଡକାଯାଇଛି । ଘଟଣା ସମ୍ପର୍କରେ ଖବର ପାଇବାପରେ ମୃତକଙ୍କ ସମ୍ପର୍କୀୟ ପହଞ୍ଚିଥିଲେ । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଟ୍ରକ୍ ହେଲ୍ପରଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର, ଡି ଓ ନେଇ ଲୋଡ଼ିଂ ପାଇଁ ଯାଉଥିଲେ । ତେବେ ସୁଶାନ୍ତ ବାଟରେ ଓହ୍ଲାଇ ହେଲ୍ପରକୁ ଗାଡ଼ି ଦେଇ ରୁଙ୍ଗଟା ଛକରୁ ଆସୁଛି କହି ଧୀରେ ଧୀରେ ଗାଡ଼ି ବଢ଼ାଇବାକୁ କହିଥିଲେ । ମାତ୍ର ପରେ ସେ ଆଉ ଫେରି ନଥିଲେ । ତାଙ୍କୁ ଖୋଜାଖୋଜି ପରେ ବି କିଛି ସନ୍ଧାନ ମିଳି ନଥିଲା । ତେବେ ବୁଧବାର ସନ୍ଧ୍ୟାରେ ତାଙ୍କର ମୃତଦେହ ମିଳିଥିବା ସେ ଜାଣିବାକୁ ପାଇଥିଲେ । ପାରିପାର୍ଶିକ ସ୍ଥିତି ଓ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଟ୍ରକ୍ ହେଲ୍ପର କୁ ପଚରା ଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ୍
Naxatra News is now on Whatsapp
Join and get latest news update delivered to you via whatsapp
Join Now