ଘର କାନ୍ଥ ପଡି ଶ୍ରମିକ ମୃତ

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ଅଭାବନୀୟ ଘଟଣା । ଘର କାନ୍ଥ ପଡ଼ି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତୁମୁଡ଼ିବନ୍ଧର ରାମପୁର ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ କିରିକୁଟି ଗ୍ରାମର ମାନେଶ୍ୱର ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରାମପୁର ଛକରେ ରହୁଥିବା ଅଖିଳ ଦାସଙ୍କ ପୁରୁଣା ଘର ଭାଙ୍ଗୁଥିବା ବେଳେ ଶ୍ରମିକଙ୍କ ଉପରେ କାନ୍ଥ ପଡିଯିବାରୁ ମାନେଶ୍ୱର କାନ୍ଥ ତଳେ ଚାପିହୋଇ ରହିଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ମାନେଶ୍ୱରଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ମାନେଶ୍ୱରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *