ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ ଜଣେ ୬୦ ବର୍ଷ ବୃଦ୍ଧ କାମ୍ବି ମଳିକଙ୍କୁ ହତ୍ୟା ଘଟଣାରେ ପୋଲିସ୍ ଆଜି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରେ ୮ ଜଣ ମହିଳା ଥିବା ବେଳେ ଦୁଇଜଣ ପୁରୁଷ ଅଛନ୍ତି । ପୋଲିସ ଘଟଣା ସ୍ଥଳରୁ ହତ୍ୟା କରାଯାଇଥିବା କାମ୍ବି ମଳିକର ଖପୁରି ଓ ହାଡ ପାଉଁଶକୁ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା କାତି କୁ ମଧ୍ୟ ଜବତ କରିଛି । ସୂଚନାଅନୁଯାୟୀ କାମ୍ବି ମଳିକ କୁଇହୁରୁ ଗାଁରେ ରହି ମହିଳା ମାନଙ୍କ ସହ ବଳ ପୂର୍ବକ ଅନୈତିକ ସମ୍ପର୍କ ରଖି ଆସୁଥିଲା । ପ୍ରତିବାଦ କରିଲେ ମାରିଦେବା ପାଇଁ ଧମକ ଚମକ ଦେଉଥିଲା । ଗତ ଦୁଇ ତାରିଖରେ ଜୈନିକ ମହିଳାଙ୍କୁ ଦୁଷ୍କର୍ମ ପରେ ପୀଡିତା ମହିଳାଙ୍କ ସମେତ ଅନ୍ୟ ମହିଳା ମାନେ ମିଶି ସଂଘବଦ୍ଧ ଭାବେ ପ୍ରତିଶୋଧ ପରାୟଣ ହୋଇ ବୃଦ୍ଧ ଙ୍କୁ ହତ୍ୟା କରି ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ପେଟ୍ରୋଲ ଓ ଡିଜେଲ ଢାଳି ପୋଡି ଦେଇଥିଲେ। ତେବେ ଏହି ଘଟଣାରେ କାମ୍ବି ମଳିକଙ୍କ ଝିଅ ସୁନ୍ଦରୀ ମଳିକଙ୍କ ଅଭିଯୋଗ ଆଧାରରେ ପୋଲିସ୍ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ରହିଥିବା ଅନ୍ୟମାନଙ୍କୁ ମଧ୍ୟ ଯଥା ଶୀଘ୍ର ଗିରଫ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଏସଡିପିଓ ଅମିତାଭ ପଣ୍ଡା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now