ବିଦ୍ୟୁତ୍ ଆଘାତରେ ଜଣେ ମୃତ

ଟାଟା ପାୱାରର ଅବହେଳା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ  ଦୁଇଟି ଅଲଗା ଅଲଗା ସ୍ଥାନରେ ଅଘଟଣ ଘଟିଛି । ଟାଟା ପାୱାର ର ଅବହେଳା ପାଇଁ ଜଣଙ୍କ ଜିବନ ଚାଲି ଯାଇ ଥିବା ବେଳେ ଆଉ ଜଣେ ଜିବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।  ଅଭିଯୋଗ ଅନୁସାରେ ଗତକାଲି ସାମାନ୍ୟ ଝଡ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା । ତେବେ ଅଭିଯୋଗ ପାଈ ଟାଟା ପାୱାର କର୍ମଚାରୀମାନେ ଆଜି ଦିନବେଳା କାମ କରିବାକୁ ଯାଇଥିଲେ । ଉଲୁଣ୍ଡା ଥାନା ସିନ୍ଦିରିଆବାହାଲ ଗାଁରେ କାମ କଲାବେଳେ ଜଣେ ଟାଟା ପାୱାର ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ପଡ଼ିଯାଇଥିଲେ ତାଙ୍କୁ ତୁରନ୍ତ ଉଲୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଶଣା କରିଥିଲେ । ମୃତକ ଜଣକ ହେଲେ ନାକଡେଇଁ ଗାଁର ଦେବଦତ୍ତ ବାଘ ବୋଲି ଜଣାପଡିଛି । ଅନ୍ୟ ପଟେ ସିଣ୍ଡୋଲ ଗ୍ରାମର କଳାବତି ଦୀପ ଛେଳି ଚରାଇବାକୁ ଯାଇଥିବାବେଳେ  ପବନ ଯୋଗୁଁ ତଳେ ପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଏହାର ପ୍ରତିବାଦରେ ସିଣ୍ଡୋଲ ଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ସୋନପୁର – ସମ୍ବଲପୁର ରାସ୍ତା ବନ୍ଦ ହୋଇ ଉଭୟ ପଟରେ ଯାନବାହନ ଅଟକି ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *