ରେଳ ଲାଇନରେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବ୍ୟାଙ୍କ କର୍ମଚାରୀ ଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ।ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନ ର ଆନନ୍ଦ ବଜାର କେବିନ ନିକଟସ୍ଥ ରେଳ ଲାଇନରୁ ମୃତ ଦେହ ଉଦ୍ଧାର ହୋଇଛି । ଗତ କାଲି ରାତିରେ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଭଦ୍ରକ ରେଳ ବାଇ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ କର୍ମଚାରୀ ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ହୋଇ ପଡି ଥିବାରୁ ତାକୁ ଉଦ୍ଧାର କରିବା କଷ୍ଟ ସାଧ୍ୟ ହୋଇଛି । ସୂଚନା ଅନୁଯାୟୀ ମୃତକ ହେଉଛନ୍ତି ଲଲାଟେନ୍ଦୁ ବାରିକ ସେ ଜଣେ ବ୍ୟାଙ୍କ କର୍ମଚାରୀ । ସେ ୟୁନିଅନ ବ୍ୟାଙ୍କ ରେ ଚାକିରୀ କରୁଥିଲେ । ତାଙ୍କ ଘର ଭଦ୍ରକ ଜିଲ୍ଲାର ସାବରଙ୍ଗ ଥାନା ସେର ପୁର ଅଂଚଳ ର ବୋଲି ଜଣା ପଡିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣା ପଡି ନ ଥିଲା ବେଳେ ପୋଲିସ ତାଙ୍କ ଘର ଲୋକ ଙ୍କୁ ଖବର ଦେବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *