ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟାଏ ପରିବାରର ୩ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି l ଚାଉଳରେ ପୋକ ନ ଲାଗିବା ପାଇଁ ରଖାଯାଇଥିବା ଔଷଧକୁ ଖାଇ ସେମାନେ ମୃତ୍ୟ ବରଣ କରିଛନ୍ତି । ସୂଚନା ମୁତାବକ ଗତକାଲି ରାତିରେ ପାଳିବନ୍ଧ ଗ୍ରାମର ଏସ. ମାମି ରେଡ୍ଡୀ ତାଙ୍କ ଝିଅ ଏସ. ମିନା ରେଡ୍ଡୀ ଓ ପୁଅ ଏସ. ରାକେଶ ରେଡ୍ଡୀ କୌଣସି କାରଣ କୁ ନେଇ ସନ୍ଧ୍ୟା ସମୟରେ ବିଷ ଖାଇ ଦେଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ନେଇ ଥିଲେ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ପଠା ଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ମୃତ ମାର ବୟସ ୪୦, ଝିଅର ବୟସ ୧୬ ଓ ପୁଅର ବୟସ ୨୨ ବର୍ଷ । ଗତ ଦୁଇ ବର୍ଷ ପୂର୍ବରୁ ବାପାର ମୃତ୍ୟୁ ହୋଇଥିଲା । ତେବେ ସେମାନେ କାହିଁକି ବିଷ ଖାଇଲେ କଣ କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ l ଅନ୍ୟ ପକ୍ଷରେ ଛତ୍ରପୁର ମେଡିକାଲ ରେ ଆମ୍ବୁଲାନ୍ସ ସେବା ମିଳି ପାରିନଥିଲା । ଯାହା ଫଳରେ ବ୍ରହ୍ମପୁର ଅନ୍ୟ ଏକ ଗାଡିରେ ନେଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now